ସାବଧାନ! ରକ୍ଷାକବଚ ନହେଉ ମୃତ୍ୟୁର କାରଣ : ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବାବେଳେ ରଖନ୍ତୁ ଏହି ସବୁ ଦିଗ ପ୍ରତି ଧ୍ୟାନ

Published By : Prameya-News7 Bureau | April 06, 2020 IST

ନୂଆଦିଲ୍ଲୀ ୬/୪: ହରିୟାଣାର ରେଓ୍ବାଡ଼ିରେ ଜଣେ ବ୍ୟକ୍ତିଙ୍କ ପୋଷାକରେ ସାନିଟାଇଜର ପଡ଼ି ନିଆଁ ଲାଗିବା ମାମଲା ସାମନାକୁ ଆସିଛି। ବ୍ୟକ୍ତିଜଣକ ୩୫ପ୍ରତିଶତ ଜଳିଯାଇଥିଲେ ଏବଂ ତାଙ୍କୁ ସହ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କରୋନା ଭାଇରସଠୁ ବର୍ତ୍ତିବା ପାଇଁ ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର ସାବଧାନ ସହକାରେ କରିବା ଜରୁରୀ। ଏଥିରେ ୭୫ପ୍ରତିଶତ ପର୍ଯ୍ୟନ୍ତ ଆଲକୋହଲ୍ ରହିଥାଏ ଯାହା ଏକ ଜ୍ବଳନଶୀଳ ପଦାର୍ଥ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପ୍ରେଲ୍ ୫ତାରିଖରେ ଘର ବାହାରେ ଦୀପ,ମହମବତୀ ଜଳାଇବାର ଅପିଲ ପରେ ପ୍ରସାର ଭାରତୀ ଲୋକଙ୍କୁ ପରାମର୍ଶ ଦେଇଥିଲା ଯେ ଦୀପ କିମ୍ବା ମହମବତୀ ଜଳାଇବା ସମୟରେ ଆଲକୋହଲ ଥିବା ସାନିଟାଇଜର ଉପଯୋଗ ନ କରନ୍ତୁ। ତେବେ ଆସନ୍ତୁ ଜାଣିବା ସାନିଟାଇଜର ବ୍ୟବହାର କରିବା ସମୟରେ କେଉଁ କେଉଁ ଜିନିଷ ପ୍ରତି ଧ୍ୟାନ ରଖିବା ଆବଶ୍ୟକ।

୧. ଲାଇଟର ଏବଂ ମାଚିସଠୁ ଦୂରେଇ ରୁହନ୍ତୁ : ଯଦି ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରୁଛନ୍ତି ତେବେ କିଛି ସମୟ ପାଇଁ ରୋଷେଇ ଗ୍ୟାସ୍,ଲାଇଟର,ମାଚିସ କିମ୍ବା ଏପରି ସ୍ଥାନଠୁ ଦୂରରେ ରୁହନ୍ତୁ ଯେଉଁଠାରେ ନିଆଁ ରହିଛି। ଆଲକୋହଲରେ ୭୫ପ୍ରତିଶତ ଯାଏଁ ଆଲକୋହଲ୍ ରହିଛି,ଏହା ଜ୍ବଳନଶୀଳ ହେବା କାରଣରୁ ନିଆଁ ଶୀଘ୍ର ଧରିଯାଇଥାଏ।

୨.ପିଲାମାନଙ୍କଠୁ ଦୂରରେ ରଖନ୍ତୁ: ସାନିଟାଇଜରକୁ ପିଲାମାନଙ୍କଠୁ ଦୂରେଇ ରଖନ୍ତୁ। ସାନିଟାଇଜର ପିଲାମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। ପାଟିରେ ସାନିଟାଇଜର ଗଲେ ମୁଣ୍ଡବ୍ୟଥା,କଥା କହିବାରେ ଅସୁବିଧା,ମୁଣ୍ଡ ବୁଲାଇବା ଭଳି ସମସ୍ୟା ହୋଇପାରେ। ମାତ୍ରାଧିକ ହେଲେ ବ୍ରେନ୍ ଡ୍ୟାମେଜ ହେବାର ସମ୍ଭାବନା ରହିଛି।

କିପରି ପ୍ରସ୍ତୁତ କରିବେ ହ୍ୟାଣ୍ଡ ସାନିଟାଇଜର ଜେଲ୍

wp:list
  • ଆଇସୋପ୍ରୋପିଲ୍ ଆଲକୋହଲ୍
  • ଆଲୋବେରା ଜେଲ୍
  • ଟି ଟ୍ରି ଅୟେଲ୍
/wp:list

ଏକ ଭାଗ ଆଲୋବେରା ଜେଲରେ ୩ଭାଗ ଆଇସୋପ୍ରୋପିଲ୍ ଆଲକୋହଲ୍ ମିଶାନ୍ତୁ। ବାସ୍ନା ପାଇଁ ଏଥିରେ କିଛି ବୁନ୍ଦା ଟି ଟ୍ରି ଅୟେଲ୍ ମିଶାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ହ୍ୟାଣ୍ଡ ସାନିଟାଇଜର ଜେଲ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.