ଶରୀରରୁ ଛିଡିଗଲା ସମ୍ପୂର୍ଣ୍ଣ ହାତ, କ୍ରସର ବେଲ୍ଟ ବଦଳାଉଥିବା ବେଳେ ଅଘଟଣ

Published By : Prameya-News7 Bureau | October 03, 2019 IST

କଳାହାଣ୍ଡି- କ୍ରସର ବେଲ୍ଟ ବଦଳାଉଥିବା ବେଳେ ଅଘଟଣ । କଳାହାଣ୍ଡି କେସିଙ୍ଗା ଥାନା ଅନ୍ତର୍ଗତ ସିଂଝରଣ ପଥର କ୍ରସରରେ ଏହି ଘଟଣା ଘଟିଛି । କିନେରକେଲା ଗାଁର ମୋହନ ବାଗ ନାମକ ବ୍ୟକ୍ତିଙ୍କର ଡାହାଣ ହାତ ସମ୍ପୂର୍ଣ୍ଣ କଟିଯାଇଛି ।
କ୍ରସର ବେଲଟ ବଦଳାଉଥିବା ବେଳେ କ୍ରସରରେ ପଡି ଯାଇ ହାତ କଟି ଥିବା ପୋଲିସ ସୁଚନା ଦେଇଛି । ଗୁରୁତର ଅବସ୍ଥାରେ ମୋହନଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.