୨୪ଘଣ୍ଟା ମଧ୍ୟରେ କେବଳ ୧ମିନିଟ୍ ପାଇଁ ନେଇ ଯାଉଥିଲେ ବାଥରୁମ୍ :ଗାଧୋଇବାକୁ ଦେଉ ନ ଥିଲେ : ଶରୀରରେ ପୋକ ହୋଇଯାଇଥିଲେ : ହମିଦ ଅନସାରୀ
24/12/2018 at 4:36 PM

ଜୟପୁର ୨୪/୧୨: ହମିଦ୍ ଅନସାରୀ ନିଜ ଅନ୍ଧ ପ୍ରେମ ପାଇଁ ପାକିସ୍ତରନ ପହଞ୍ଚିଥିଲେ ଏବଂ ଏକ ଛୋଟ ଭୁଲ୍ ପାଇଁ ପାକିସ୍ତାନରେ ବନ୍ଦୀ ହୋଇଥିଲେ । ବର୍ତ୍ତମାନ ସେ ଭାରତ ପହଞ୍ଚି ତାଙ୍କ ସହ ସେଠାରେ ହୋଇଥିବା ଅତ୍ୟାଚାର ବିଷୟରେ କହିଛନ୍ତି।
ହମିଦ ଅନସାରୀଙ୍କୁ ଫେସବୁକ୍ ଜରିଆରେ ଜଣେ ପାକିସ୍ତାନୀ ଯୁବତୀଙ୍କ ସହ ପ୍ରେମ ହୋଇଥିଲା । ସେହି ଯୁବତୀଙ୍କ ଘର ଲୋକ ତାଙ୍କ ବିବାହ ଅନ୍ୟ ଜାଗାରେ ଠିକ୍ କରିଦେଇଥିଲେ। କିନ୍ତୁ ହମିଦଙ୍କୁ ଏହା ଠିକ୍ ନ ଲାଗିବାରୁ ସେ ବିବାହ ରୋକିବାକୁ ପାକିସ୍ତାନ ପହଞ୍ଚିଥିଲେ। କିନ୍ତୁ ତାଙ୍କୁ ପାକିସ୍ତାନ ଯିବା ପାଇଁ ଭିସା ମିଳି ନଥିଲା ଯାହା ଫଳରେ ସେ ଆଫଗାନିସ୍ତାନ ବାଟରେ ପାକିସ୍ତାନ ଯାଇଥିଲେ । ଫଳରେ ପୋଲିସ୍ ତାଙ୍କୁ ଗିରଫ କରି ଜେଲରେ ପୂରାଇ ଦେଇଥିଲେ। ସେ ୨୦୧୬ରେ ମୁକ୍ତ ହୋଇଥାନ୍ତେ କିନ୍ତୁ ଏବେ ମୁକ୍ତ ହୋଇ ଭାରତ ଆସିଲେ। ଭାରତ ପହଞ୍ଚି ସେ ସେଠାକାର ଅନୁଭୂତି ସମସ୍ତଙ୍କ ଆଗରେ କହିଛନ୍ତି।
ହମିଦ ଅନସାରୀ କହିଥିଲେ ଯେ ସେ ପାକିସ୍ତାନରେ ଥିବାବେଳେ ତାଙ୍କୁ ଗାଧୋଇବାକୁ ଦିଆଯାଉନଥିଲା ସେଥିପାଇଁ ତାଙ୍କ ଶରୀରରୁ ଦୁର୍ଗନ୍ଧ ବାହାରୁଥିଲା ଏବଂ କେତେକ ସ୍ଥାନରେ ପୋକ ମଧ୍ୟ ହୋଇଯାଇଥିଲେ। ଏବଂ ଦିନକୁ କେବଳ ୧ମିନିଟ ପାଇଁ ଟୟେଲେଟ୍ ଯିବାକୁ ଅନୁମତି ମିଳୁଥିଲା। ଏହିପରି ଭାବେ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା।
ଏବେ ହମିଦ ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି ଯେ କାହାରିକୁ ଫେସବୁକରେ ଭଲ ପାଇବା ଅନୁଚିତ୍। ଯେକୈାଣସି ପରିସ୍ଥିତିରେ କୈାଣସି ପ୍ରକାର ଭୁଲ୍ ପଦକ୍ଷେପ ନେବା ଅନୁଚିତ୍।