ଗର୍ଭବତୀ ଶାଶୂଙ୍କ ଦେଖାଶୁଣା କରିବ ବୋହୂ, ଏହି ସିରିଏଲ କାହାଣୀ ବଦଳାଇବ ଦର୍ଶକଙ୍କ ଚିନ୍ତାଧାର

Published By : Prameya-News7 Bureau | September 27, 2020 IST

ନୂଆଦିଲ୍ଲୀ ୨୭/୦୯: ଶାଶୂ-ବୋହୂଙ୍କୁ ନେଇ ନୂଆ​‌ ହିନ୍ଦୀ ମେଗାଧାରାବାହିକ ‘ହମାରୀ ବାଲୀ ଗୁଡ୍ ନ୍ୟୁଜ’ ଆସନ୍ତା ମାସରୁ ଟିଭିରେ ଦେଖିବାକୁ ମିଳିବ। ସିରିଏଲର ବିଶେଷତ୍ବ ଅନ୍ୟ ସିରିଏଲ ଠାରୁ ଟିକେ ଭିନ୍ନ ହେବ। ଶୋ’​ରେ ଦେଖିବାକୁ ମିଳିବ ଶାଶୂ ଗର୍ଭବତୀ ହେବେ ଓ ବୋହୂ ତାଙ୍କର ଦେଖାଶୁଣା କରିବ। ତେବେ ଏହି ଶୋ’ ଅକ୍ଟୋବର ୨୦ ତାରିଖରୁ ଜି ଟିଭିରେ ପ୍ରସାରଣ ହେବ। କୁହାଯାଉଛି ଏ ସିରିଏଲ ଲୋକଙ୍କ ତଥାକଥିତ ଚିନ୍ତାଧାରାକୁ ବଦଳାଇବାରେ ସାହାଯ୍ୟ କରିବ।

ଶୋ’ର କାହାଣୀ ଆଗ୍ରା (ଉତ୍ତର ପ୍ରଦେଶ)ର ତିଓ୍ବାରି ପରିବାର ଉପରେ ଆଧାରିତ ହେବ। ତିଓ୍ବାରି ପରିବାର ବାହାଘର ପରେ ବୋହୂ ଓ ପୁଅ ଠାରୁ ଗୁଡ଼ ନ୍ୟୁଜ ଶୁଣିବାକୁ ବ୍ୟାକୁଳ ଥିବେ। ମାତ୍ର କାହାଣୀରେ ଟ୍ବିଷ୍ଟ ଅଣାଯାଇଛି। ବୋହୂ ପ୍ରେଗନେଣ୍ଟ୍ ନ ହେବାରୁ ଶାଶୂ ବହୁତ କିଛି ତାକୁ ଶୁଣାଇବା ସହ ନିଜେ ମା’ ହେବା ଫଇସଲା ନେଉଛି।

{"id":335303,"sizeSlug":"large"}

ବୋହୂ ଭୂମିକାରେ ସୃଷ୍ଟି ଜୈନ ଓ ଶାଶୂ ଭୂମିକାରେ ନଜର ଆସିବେ ଜୁହି ପରମାର। ଏ ଦୁହଁଙ୍କ ବ୍ୟତୀତ ଶୋ’ରେ ଶକ୍ତି ଆନନ୍ଦ ମୁକୁନ୍ଦ ବି ମୁଖ୍ୟ ଭୂମିକାରେ ନଜର ଆସିବେ।

{"id":335304,"sizeSlug":"large"}

ଯଦିଓ ଟିଭି ଜଗତରେ ଏ କାହାଣୀ ନୂଆ। କିନ୍ତୁ ବଲିଉଡରେ ଏଭଳି କାହାଣୀକୁ ନେଇ ଆୟୁଷ୍ମାନଙ୍କ ଅଭିନୀତ ‘ବଧାଇ ହୋ’ ଦେଖିବାକୁ ମିଳିଛି। ଫିଲ୍ମରେ ନିନା ଗୁପ୍ତା ଆୟୁଷ୍ମାନଙ୍କ ମା’ ଭୂମିକାରେ ନଜର ଆସିଥିଲେ। ଫିଲ୍ମର କାହାଣୀ ଥିଲା ପୁଅ ବାହା ହେବା ବୟସର ହୋଇଥିବା ​‌ବେଳେ ମା’ ଗୁଡ଼ ନ୍ୟୁଜ ଦେଉଛନ୍ତି। ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.