ଏଥର କୁମ୍ଭମେଳାରେ ୱାଟରପ୍ରୁଫ ଶାଢୀ, କାହିଁକି ଜାଣନ୍ତୁ…

ପ୍ରୟାଗରାଜ ୧୧|୨: କୁମ୍ଭ ମେଳାରେ ମହିଳାମାନଙ୍କୁ ଏକ ନିଆରା ଶାଢୀ ବଣ୍ଟାଯାଇଛି । ଶାଢୀର ବିଷେଶତ୍ୱ ଏହା ଯେ ଏହି ଶାଢୀ ୱାଟରଫ୍ରୁଫ। ଏହା ଦ୍ୱାରା ସ୍ନାନ କରିଲା ପରେ ଶାଢୀ ଦେହରେ ଛପି ରହିବାର ସମସ୍ୟା ନାହିଁ। ହିନ୍ଦୁସ୍ତାନ ୟୁନିଲିଭର ବ୍ରାଣ୍ଡ ହମାମ ତରଫରୁ କୁହାଯାଇଛି ଯେ ମେଳାରେ ଅଧିକାଂଶ ମହିଳା ପବିତ୍ର ନଦୀରେ ବୁଡ ପଡିବା ସମୟରେଏହି ଶାଢୀ ପିନ୍ଧିଛନ୍ତି ।

ଚଳିତ ବର୍ଷ କୁମ୍ଭରେ ପ୍ରଥମ ଥର ପାଇଁ ଏହି ଶାଢୀ ବଣ୍ଟାଯାଇଛି। ବସ୍ତ୍ର ବଦଳାଇବା ପାଇଁ ମଧ୍ୟ ଚେନଜିଂଗ ରୁମର ସୁବିଧା ଦିଆଯାଇଛି । କିନ୍ତୁ ନଦୀରେ ବୁଡ ପକାଇବା ପରେ ମହିଳାମାନେ ପିନ୍ଧିଥିବା ପଲିଷ୍ଟିର କିମ୍ୱା ସୁତା ଶାଢୀ ଓଦା ହୋଇ ଦେହରେ ଲାଗିଯାଏ। ଚେନଜିଂଗ ରୁମ ଯାଏଁ ଗଲାବେଳେ ଲୋକେ ଖରାପ ନଜରରେ ଦେଖିଥାନ୍ତି । ଏହାକୁ ଆଖିଆଗରେ ରଖି ଏଭଳି ଶାଢୀର ପରିକଳ୍ପନା କରାଯାଇଛି ।

ବ୍ରାଣ୍ଡ ପାର୍ଟନର, ଓଗିଲ୍ୱି ଇଂଡିୟା ସହ କାମ କରୁଥିବା ହମାମ ସମ୍ପାନୀ ଏହି ସମସ୍ୟାର ସମାଧାନ କରିଛି। ଫଳରେ ଏହି ୱାଟରପ୍ରୁଫ ଶାଢୀ ପ୍ରସ୍ତୁତ ହୋଇଛି। ମହିଳାମାନେ ପିନ୍ଧୁଥିବା ଶାଢୀ ଫେବ୍ରିକ୍ରେ ଗୋଟେ ପରସ୍ତ ୱାଟରପ୍ରୁଫିଂ ଫେବ୍ରିକ୍ ଲଗାଯାଇଥିଲା। ହମାମ ୱାଟରପ୍ରୁଫ ଶାଢୀକୁ ହଳଦିଆ ରଂଗରେ ଡିଜାଇନ କରିଛି।

ବସନ୍ତ ପଞ୍ଚମୀର ଶୁଭ ଅବସରରେ ଏହା ଭକ୍ତଙ୍କୁ ଦିଆଯାଇଥିଲା। ଏହି ମହତ୍ୱପୂର୍ଣ୍ଣ ଉତ୍ସବରେ ଭକ୍ତମାନେ ଶରୀର ଓ ଆତ୍ମାକୁ ପବିତ୍ର କରିବା ଉଦେଶ୍ୟରେ ବୁଡ ପକାନ୍ତି।
127 Views
ସମ୍ବନ୍ଧିତ ଖବର
ଭାରତର ଏହି ୫ଟି ରାଜ୍ୟରେ ଅଧିକ ମଦ୍ୟପାନ ଓ ଧୂମପାନ ହୋଇଥାଏ
20 February 2019
ଭାରତ ଇତିହାସରେ ଫେବୃଆରୀ ୨୦ ତାରିଖର ମହତ୍ୱ : ଜାଣନ୍ତୁ କ’ଣ ହୋଇଥିଲା
20 February 2019