Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ମିଠା ଦୋକାନୀଙ୍କ ପାଇଁ ଜାରି ହେଲା ନୂଆ ନିୟମ: ୧ ତାରିଖରୁ ସାରା ଦେଶରେ ହେବ ଲାଗୁ

26/09/2020 at 3:01 PM

ନୂଆଦିଲ୍ଲୀ ୨୬/୦୯: ମିଠା ଦୋକାନରେ ମିଳୁଥିବା ଖାଦ୍ୟପେୟ ସାମଗ୍ରୀର କ୍ୱାଲିଟିରେ ସୁଧାର ଆଣିବା ପାଇଁ ସରକାର ନୂଆ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୦ ଅକ୍ଟୋବର ୧ ତାରିଖ ପରେ ସ୍ଥାନୀୟ ମିଠା ଦୋକାନକୁ ଡବାରେ ରଖାଯାଇଥିବା ମିଠା ପାଇଁ ନିର୍ମାଣ ତାରିଖ ତଥା ଉପଯୋଗର ଉପୟୁକ୍ତ ଅବଧି ଭଳି ବିବରଣୀ ପ୍ରଦର୍ଶିତ କରିବାକୁ ହେବ । ବର୍ତ୍ତମାନ ସମୟରେ ଏହି ବିବରଣୀକୁ ପୂର୍ବରୁ ପ୍ୟାକ ହୋଇଥିବା ମିଠା ବକ୍ସରେ ଉଲ୍ଲେଖ କରିବା ଅନିବାର୍ଯ୍ୟ । FSSAI ଅର୍ଥାତ ଭାରତୀୟ ସୁରକ୍ଷା ଓ ମାନକ ପ୍ରାଧିକରଣର ନୂଆ ନିୟମ ଜାରି କରିଛି ।

ବଜାରରେ ବିକ୍ରି ହେଉଥିବା ଖୋଲା ମିଠା ବ୍ୟବହାରର ସମୟ ସୀମା ବ୍ୟବସାୟୀମାନଙ୍କୁ କହିବାକୁ ହେବ । କେତେ ଦିନ ପର୍ଯ୍ୟନ୍ତ ବ୍ୟବହାର କରି ହେବ ତାର ସମୟ ସୀମା ଗ୍ରାହକଙ୍କୁ ଦେବାକୁ ପଡିବ । ଖାଦ୍ୟ ନିୟାମକ ଏହାକୁ ବାଧ୍ୟତାମୂଳକ କରିଛନ୍ତି ।

ଏଫଏସଏସଏଆଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ଖାଦ୍ୟ ସୁରକ୍ଷା ଆୟୁକ୍ତକୁ ଲେଖିଥିବା ପତ୍ରରେ କୁହାଯାଈଛିଏ ଯେ, ସାର୍ବଜନିକ ହିତ ଓ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି ଯେ ଖୋଲା ମିଠା ମାମଲାରେ ବିକ୍ରି ପାଇଁ ଆଉଟଲେଟରେ ମିଠା ରଖାଯାଉଥିବା ଟ୍ରେ ସହ ଉତ୍ପାଦର ବେଷ୍ଟ ବିଫୋର ଡେଟ୍ ପ୍ରଦର୍ଶିତ କରିବା ଅକ୍ଟୋବର ୧ ତାରିଖରୁ ଅନିବାର୍ଯ୍ୟ ।

ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଫଏସଏସଏଆଇ ବା ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଏହିଭଳି ପଦକ୍ଷେପ ନେଇଛି । ଅବଧି ପୁରା ହେବାପରେ ମଧ୍ୟ ମିଠା ବିକ୍ରି ହେଉଥିବା ସୂଚନା ମିଳିବ ପରେ ଏହି ସମ୍ବନ୍ଧରେ ନିର୍ଦେଶ ଜାରି କରାଯାଇଛି ।

   Related Posts