ଜୁଲାଇ ୫ ବଜେଟ୍ ନିମନ୍ତେ ନର୍ଥ ବ୍ଲକରେ ‘ହାଲୱା ସେରିମନି’ ଅନୁଷ୍ଠିତ, ଯୋଗଦେଲେ ନିର୍ମଳା ସୀତାରମଣଙ୍କ ସହ ଅନୁରାଗ ଠାକୁର

Published By : Prameya-News7 Bureau | June 22, 2019 IST

ନୂଆଦିଲ୍ଲୀ ୨୨।୬: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୫ ତାରିଖ ଦିନ ସଂସଦରେ ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟପାଳି ସରକାରର ପ୍ରଥମ ବଜେଟ୍ ଉପସ୍ଥାପନ କରିବେ। ଏଥିପାଇଁ ଶନିବାର ନର୍ଥ ବ୍ଳକସ୍ଥିତ ଅର୍ଥମନ୍ତ୍ରାଳୟ ବେସ୍ ମେଣ୍ଟରେ ଅନୁଷ୍ଠିତ ହୋଇଛି ‘ ହାଲୱା ସେରିମନି’। କେନ୍ଦ୍ରଅର୍ଥମନ୍ତ୍ରୀ ଓ ଅର୍ଥ ରାଜ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବଜେଟ୍ ଛାପିବା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ୧ଶହରୁ ଅଧିକ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

{"id":125894}

ଶନିବାରର ଏହି ଉତ୍ସବ ସହ ଅଧିକାରୀ ଓ କର୍ମଚାରୀମାନେ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଏଠାରେ ୨୪ ଘଣ୍ଟା ରହି ବଜେଟ୍ ପ୍ରିଣ୍ଟିଂ କାମ କରିବେ। ଏହି ସମୟରେ କୌଣସି କର୍ମାଚାରୀଙ୍କୁ ବେସମେଣ୍ଟରୁ ବାହାରକୁ ବାହାରିବାକୁ ଦିଆଯିବନି କି  ସେମାନଙ୍କ ସହ କାହାରିକୁ ସମ୍ପର୍କ ସ୍ଥାପନା କରିବାକୁ ଦିଆଯିବନି। କହିବାକୁଗଲେ ଏହି  କିଛି ଦିନ ଶହେ ଜଣ କର୍ମଚାରୀ ଏଠାରେ ଏକପ୍ରକାର ବନ୍ଦୀ ରହିବେ।

{"id":125895}

ବଜେଟ୍ ପ୍ରିଣ୍ଟିଂ ଏକ ଜଟିଳ ଓ ଗୋପନୀୟ ପ୍ରକ୍ରିୟା। ଏଣୁ କର୍ମଚାରୀ କାର୍ଯ୍ୟକୁ ଯେପରି ବୋଝ ଅନୁଭବ ନ କରନ୍ତି ସେଥିଲାଗି ପ୍ରତିବର୍ଷ ବଜେଟ୍ ଅଧିବେଶନ ପୂର୍ବରୁ ହାଲୱା ସେରିମନି ଅନୁଷ୍ଠିତ ହୁଏ। ସଂସଦରେ ବଜେଟ ଉପସ୍ଥାପିତ ନ ହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ୨୪ ଘଣ୍ଟା ନର୍ଥବ୍ଲକରେ କଟାଇବାକୁ ପଡେ। ଏହି ସମୟରେ ଅର୍ଥମନ୍ତ୍ରାଳୟର ସୁରକ୍ଷା କଡାକଡି କରାଯାଇଥାଏ। ବିଶେଷ କରି ବଜେଟ୍ ପ୍ରିଣ୍ଟିଂ କାମ ସହ ଜଡିତ ଲୋକଙ୍କ ସୁରକ୍ଷାକୁ ଅଧିକ କଡାକଡି କରାଯାଏ। ଯଦି ଆବଶ୍ୟକ ପଡେ କୌଣସି ଭିଜିଟର ସେଠାକୁ ଯିବାକୁପଡେ ତେବେ ଅତ୍ୟନ୍ତ ସୁରକ୍ଷା ମଧ୍ୟରେ ତାଙ୍କୁ ନିଆଯାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.