ବଜେଟ୍ ପୂର୍ବରୁ ଅର୍ଥ ମନ୍ତ୍ରାଳୟରେ ହାଲୱା ସମାରୋହ ଆୟୋଜନ, କର୍ମଚାରୀଙ୍କୁ ହାଲୱା ବାଣ୍ଟିଲେ ସୀତାରମଣ

Published By : Prameya-News7 Bureau | January 23, 2021 IST

ନୂଆଦିଲ୍ଲୀ ୨୩/୦୧ : ଅର୍ଥ ମନ୍ତ୍ରାଳୟ ଶନିବାର ଦିନ ହାଲୱା ସମାରୋହ ଆୟୋଜନ କରିଛି। ବଜେଟ୍ ପେଶ୍ କରିବା ପୂର୍ବରୁ ହାଲୱା ସମାରୋହ ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସୁଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ସମାରୋହରେ ଉପସ୍ଥିତ ଥିଲେ। ତେବେ ଏଥର ବଜେଟ ପେଶ କରାଯିବା ପୂର୍ବରୁ ହାଲୱା ସମାରୋହ ରଦ୍ଦ କରାଯାଇପାରେ ବୋଲି ପୂର୍ବରୁ ଶୁଣିବାକୁ ମିଳିଥିଲା। କିନ୍ତୁ ଅର୍ଥ ମନ୍ତ୍ରାଳୟ ତରଫରୁ ଏହି ଖବରକୁ ଖଣ୍ଡନ କରାଯାଇ କୁହାଯାଇଥିଲା ଯେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ପରମ୍ପରା ହାଲୱା ସମାରୋହ ଆୟୋଜନ କରାଯିବ।

{"id":397200,"sizeSlug":"large","linkDestination":"none"}

ହାଲୱା ସମାରୋହ ପାଳନ କରିବା ପଛରେ ଏକ କାରଣ ରହିଛି। ପ୍ରତ୍ୟେକ ଶୁଭ କାମ କରିବା ପୂର୍ବରୁ କିଛି ମିଠା ଖାଇବାର ପରମ୍ପରା ରହିଛି। ଭାରତୀୟ ପରମ୍ପରାରେ ହାଲୱାକୁ ବହୁତ ଶୁଭ ବୋଲି କୁହାଯାଏ। ସେଥିପାଇଁ ବଜେଟ୍ ପୂର୍ବରୁ ହାଲୱା ସମାରୋହ ଆୟୋଜନ ହୋଇଥାଏ। ଏହି ପରମ୍ପରା ଅନୁସାରେ ଅର୍ଥମନ୍ତ୍ରୀ ନିଜେ ବଜେଟ୍ ସହ ଜଡିତ କର୍ମଚାରୀ, ଛପେଇ ସହ ଜଡିତ କର୍ମଚାରୀ ଓ ଅର୍ଥ ମନ୍ତ୍ରାଳୟ ଅଧିକାରୀଙ୍କୁ ହାଲୱା ବାଣ୍ଟିଥାନ୍ତି। ତେବେ ଏଥର କରୋନା ମହାମାରୀ ଯୋଗୁଁ ବଜେଟ୍ ପେପର୍ ଛପେଇ ହେବନାହିଁ।

{"id":397201,"sizeSlug":"large","linkDestination":"none"}

ଜାନୁଆରୀ ୨୯ ତାରିଖରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ। ଅଧିବେଶନ ସମୟରେ ରାଜ୍ୟସଭା କାର୍ଯ୍ୟକାଳ ସକାଳ ୯ଟା ରୁ ଅପରାହ୍ନ ୨ଟା ଯାଏଁ ଚାଲିବ। ଲୋକସଭା କାର୍ଯ୍ୟକାଳ ଅପରାହ୍ନ ୪ଟା ରୁ ରାତି ୮ଟା ଯାଏଁ ଚାଲିବ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜାନୁଆରୀ ୨୯ ରୁ ଫେବୃଆରୀ ୧୫ ତାରିଖ ଯାଏଁ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୮ ରୁ ଏପ୍ରିଲ ୮ ତାରିଖ ଯାଏଁ ଚାଲିବ।

{"id":397202,"sizeSlug":"large","linkDestination":"none"}

ସଂସଦର ଆଗାମୀ ବଜେଟକୁ ଦୃଷ୍ଟିରେ ରଖି ଜାନୁଆରୀ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବୁଧବାର ଦିନ ଏ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ବୈଠକ ଡିଜିଟାଲ ମାଧ୍ୟମରେ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.