ବଜେଟ୍ ଛପା ପୂର୍ବରୁ ହେଲା ହାଲଓ୍ୱା ସେରିମନି- ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ସାମିଲ ହେଲେ ବରିଷ୍ଠ ଅଧିକାରୀ
20/01/2020 at 4:16 PM

ନୂଆଦିଲ୍ଲୀ ୨୦।୦୧- ସାଧାରଣ ବଜେଟ୍ ୨୦୨୦-୨୧କୁ ଫେବ୍ରୁଆରୀ ୧ ତାରିଖ ଦିନ ସଂସଦରେ ଉପସ୍ଥାପନ କରାଯିବ । ଏବେ ବଜେଟ୍ର ଛପା କାମ ଆରମ୍ଭ ହୋଇଛି । ଏହା ପୂର୍ବରୁ ପରମ୍ପରା ଅନୁଯାୟୀ ହାଲଓ୍ୱା ସେରିମନି କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଏହି ଉତ୍ସବରେ ସାମିଲ ହୋଇଥିଲେ। ଭାରତରେ କିଛି ଶୁଭ କାର୍ଯ୍ୟ ଆରମ୍ଭ ପୂର୍ବରୁ ମିଠା ଖାଇବାର ପରମ୍ପରା ଥିବାରୁ ବଜେଟ୍ ଛପା ଯିବା ପୂର୍ବରୁ ହାଲଓ୍ୱା ଖାଇବାକୁ ଦିଆଯାଇଥାଏ ।
ସୋମବାରରେ ଏହି ହାଲଓ୍ୱା ସେରିମନି କରାଯାଇଥିଲା । ଅର୍ଥମନ୍ତ୍ରାଳୟରେ ଏହି ଉତ୍ସବ ପାଳନ କରାଯାଇଥିଲା । ନର୍ଥବ୍ଲକରେ ପରମ୍ପରା ଅନୁସାରେ ହାଲଓ୍ୱା ସେରିମନି ପାଳନ କରାଯାଇଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣଙ୍କ ସହ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଅନ୍ୟ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ ।

ହାଲଓ୍ୱା ସେରିମନି ବଜେଟ୍ ଛପା ପୂର୍ବରୁ ପାଳନ କରାଯାଇଥାଏ । ବଜେଟ୍ ଉପସ୍ଥାପନ ହେବା ଯାଏ ଏଥିରେ ନିୟୋଜିତ ଥିବା ଅଧିକାରୀ ଓ କର୍ମଚାରୀମାନେ ନିଜ ପରିବାର ସହ ଦୁନିଆଁଠାରୁ ବିଚ୍ଛିନ୍ନ ରୁହନ୍ତି ।
ପରମ୍ପରା ଅନୁସାରେ କ ବଡ କଡେଇରେ ହାଲଓ୍ୱା ପ୍ରସ୍ତୁତ କରାଯାଇ ଏହି କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ କର୍ମଚାରୀମାନଙ୍କୁ ଖାଇବା ପାଇଁ ଦିଆଯାଇଥିଲା ।