Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ସୁନା ଗହଣା କିଣୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର – ଆଉ ଠକାମୀର ଶିକାର ହେବାକୁ ପଡ଼ିବନି, ହଲମାର୍କ ଲୋଗୋ ବାଧ୍ୟତାମୂଳକ

30/11/2019 at 5:56 PM

ନୂଆଦିଲ୍ଲୀ ୩୦।୧୧ –  ସୁନା ଗହଣା କିଣୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ।ସୁନା କିଣିଲା ବେଳେ ଆପଣଙ୍କୁ ଆଉ ଠକାମୀର ଶିକାର ହେବାକୁ ପଡ଼ିବନି ।କାରଣ କେନ୍ଦ୍ର ସରକାର ସୁନା ଗହଣା ବିକ୍ରି କରିବା ପାଇଁ ହଲମାର୍କ ଲୋଗୋକୁ ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି ।ଏହାକୁ ନ ମାନିଲେ ସୁନା ଗହଣା ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।…

ସୁନା କିଣିବା ବେଳେ ଆଉ ଠକାମୀର ଶିକାର ହେବେ ନାହିଁ ।ସବୁ ସୁନା ଗହଣାରେ ହଲମାର୍କ ଚିହ୍ନ ରହିବା ହେବ ବାଧ୍ୟତାମୂଳକ ।ହଲମାର୍କ ଚିହ୍ନ ନଥିବା ସୁନା ଗହଣା ବିକ୍ରି କଲେ ବନ୍ଦ ହୋଇଯିବ ସେହି ସୁନା ଦୋକାନ । ସୁନା କାରବାରରେ ସ୍ବଚ୍ଛତା ଆଣିବା ପାଇଁ କେନ୍ଦ୍ର ସରକାର ଶୀଘ୍ର ଏପରି ଏକ ନିୟମ ଆଣିବାକୁ ଯାଉଛନ୍ତି । ଏହାଦ୍ବାରା ସାରା ଦେଶରେ ହଲ୍‌ମାର୍କ ସୁନା ବିକ୍ରି କରିବା ବାଧ୍ୟତାମୂଳକ ହେବ ।ବଡ଼ରୁ ଛୋଟ ସବୁ ସହର ଏପରିକି ଗ୍ରାମାଞ୍ଚଳରେ ଥିବା ସୁନା ଦୋକାନରେ ମଧ୍ୟ ହଲମାର୍କ ଲୋଗୋ ଥିବା ସୁନା ବିକ୍ରି କରିବା ବାଧ୍ୟତାମୂଳକ ହେବ ।ସୁନାର ଗୁଣବତ୍ତା ଏବଂ ଓଜନରେ ହେଉଥିବା ବ୍ୟାପକ ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାର ଏଭଳି ନିୟମ ଲାଗୁ କରିବାକୁ ଯାଉଛନ୍ତି । ୧୪, ୧୮ ଓ ୨୨ କ୍ୟାରେଟ୍ କ୍ୟାଟେଗୋରୀରେ ହଲ୍‌ମାର୍କ ବାଧ୍ୟତାମୂଳକ ହେବ । …

ଅନେକ ସୁନା ଦୋକାନୀ, ହଲମାର୍କ ସୁନା ବିକ୍ରି କରୁଛନ୍ତି ବୋଲି ବିଜ୍ଞାପନ କରୁଛନ୍ତି ।ହେଲେ ସେମାନଙ୍କର ଉପଯୁକ୍ତ ଲାଇସେନ୍ସ ନାହିଁ ।ବିଆଇଏସ୍ ବା ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯଦି ଧରପଗଡ଼ ବେଳେ ଏଭଳି ଦୋକାନ ଚିହ୍ନଟ ହୁଏ ତା ହେଲେ ଦୋକାନର ସମସ୍ତ ସୁନା ଗହଣାକୁ ସିଜ୍‌ କରିଦିଆଯିବ।ତେବେ ନୂଆ ନିୟମ ଲାଗୁ ହେବା ପୂର୍ବରୁ ଉଭୟ ଦୋକାନୀ ଓ ଗ୍ରାହକଙ୍କୁ ସଚେତନତା ପାଇଁ ସମୟ ଦିଆଯିବା ଜରୁରୀ ବୋଲି କହିଛନ୍ତି ସୁନା ଦୋକାନୀ ।ତେବେ ଏଭଳି ନିୟମକୁ ଗ୍ରାହକ ମାନେ ସ୍ବାଗତ କରିଛନ୍ତି ।…

ଦେଶରେ ଏବେ ୭୫୦ଟି ହଲ୍‌ମାର୍କ ସେଣ୍ଟର ରହିଛି । ଆଉ ୧୦୦ଟି ପ୍ରତିଷ୍ଠା କରିବା ପାଇଁ ଯୋଜନା ଅଛି ।ସୁନା କିଣିଲା ବେଳେ ଗ୍ରାହକ ଦେଉଥିବା ଅର୍ଥର ସଠିକ୍‌ ମୂଲ୍ୟ ପାଇବା ପାଇଁ ଏହି ନିୟମ କରାଯିବ ।…

   Related Posts