Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IIFLରୁ ସୁନା ଲୁଟ୍ ମାମଲା : ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୫୦ କରୋନା ସଂକ୍ରମିତ, ୩୧୭୭୮୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||

ଭୟଙ୍କର ହୋଇପାରେ ଇନ୍‌ସୁଲିନ ସଂକଟ ; କଷ୍ଟ ଭୋଗିବେ ନିୟୁତ ନିୟୁତ ମଧୁମେହ ରୋଗୀ

1/12/2018 at 12:39 PM

ଦଶ ବର୍ଷ ପରେ  ସଙ୍କଟରେ ପଡିବେ ଡାଏବେଟିସ  ରୋଗୀ । ଅଭାବ ହେବ ଇନସୁଲିନ୍ । ନିକଟରେ କରାଯାଇଥିବା ଏକ ସର୍ଭେରୁ ଏପରି ଚିନ୍ତାଜନକ ତଥ୍ୟ ଆସିଛି । ସବୁଠୁ ବଡ ଆଶଙ୍କାଟି ହେଲା , ଏସିଆ ଓ ଆଫ୍ରିକାରେ ଇନସୁଲିନ ଅଭାବ ତୀବ୍ର ହେବ । ଲାନସେଟ୍ ଡାଏବେଟିସ ଆଣ୍ଡ ଏଣ୍ଡୋକ୍ରାଇନୋଲୋଜି ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ  ବିଶ୍ବରେ ବର୍ତ୍ତମାନ ଡାଏବେଟିସ  ବା ମଧୂମେହ ରୋଗୀଙ୍କ ସଂଖ୍ୟା ପାଖାପାଖି ୪ ଶହ ନିୟୁତ ହେବ । ଟାଇପ୍ ୱାନ୍ ଏବଂ ଟାଇପ୍ ଟୁ  ଦୁଇ ପ୍ରକାର ଡାଏବେଟିସ ରୋଗୀଙ୍କ ମଧ୍ୟରୁ  ଟାଇପ୍ ଟୁ ରୋଗୀ ସଂଖ୍ୟା ଅଧିକ ହୋଇଥିବା ବେଳେ, ସେମାନଙ୍କ ଇନସୁଲିନ ଚାହିଦା ବଢୁଛି । ସହରାଞ୍ଚଳ ଜୀବନଶୈଳୀ  ତଥା ଆମର ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ଟାଇପ୍ ଟୁ ଡାଏବେଟିସ ରୋଗୀ ସଂଖ୍ୟା ବଢୁଥିବାରୁ ଆଶଙ୍କା ବଢୁଛି ।

ବର୍ତ୍ତମାନର  ଟାଇପ୍ ଟୁ ଡାଏବେଟିସ ରୋଗୀଙ୍କ ମଧ୍ୟରୁ ଅଧାରୁ ବେଶି ଭାରତ, ଚୀନ ଓ ଆମେରିକାରେ ବାସ କରନ୍ତି । ୨୦ ରୁ ୭୯ ବର୍ଷର ଏହି ରୋଗୀଙ୍କ ସଂଖ୍ୟା ବଢି ବଢି ଚାଲିଛି । ୨୦୩୦ ମସିହା ସୁଦ୍ଧା ଡାଏବେଟିସ ରୋଗୀଙ୍କ ସଂଖ୍ୟା ୫ ଶହ ନିୟୁତକୁ ଟପିବ । ସେମାନଙ୍କ ମଧ୍ୟରୁ ୮୦ ନିୟୁତରୁ ବେଶି ରୋଗୀ ଇନସୁଲିନ ଆବଶ୍ୟକ କରିବେ । କିନ୍ତୁ ଇନସୁଲିନ ଉତ୍ପାଦନ ବର୍ତ୍ତମାନଠାରୁ ୨୦ ପ୍ରତିଶତ  ଅଧିକ ହେଲେବି ସେତେବେଳେ ଅଧା ଲୋକଙ୍କୁ ତାହା ମିଳିବା ସମ୍ଭବ ହେବନି । ବୈଜ୍ଞାନିକମାନଙ୍କ ଆଶଙ୍କା ପାଖାପାଖି ୪୦ ନିୟୁତ ଲୋକଙ୍କୁ ସହଜରେ ମିଳିବିନି ଇନସୁଲିନ୍ ।

ଜର୍ଣ୍ଣାଲର ରିପୋର୍ଟ କହୁଛି ଏବେ ବିଶ୍ବ ଇନସୁଲିନ ବଜାରର ଆକାର ୨୧ ଶହ କୋଟି ଡଲାର । ଏହି ବଜାରର ୯୯ ପ୍ରତିଶତ ନିୟନ୍ତ୍ରଣ ୩-୪ ଟି କମ୍ପାନୀ ହାତରେ ରହିଛି । ଆମେରିକାରେ ୨୦ ନିୟୁତ ଡାଏବେଟିସ ରୋଗୀ ଥିବାବେଳେ ସେଠାରେ ଗତ ଦଶ ବର୍ଷରେ ଇନସୁଲିଲ ଦାମ୍ ପ୍ରାୟ ୮୯ ପ୍ରତିଶତ ବଢିଛି । ସେପଟେ ୧୩୨ ଦେଶରେ ଇନସୁଲିନ ଉପରେ ଟିକସ ରିହାତି ରହିଛି । ଏହା ସତ୍ବେ ଉତ୍ପାଦନ ପରିମାଣ ଓ ଆବଶ୍ୟକତା ମଧ୍ୟରେ ବିରାଟ ପାର୍ଥକ୍ୟ ଆଗାମୀ ଦଶନ୍ଧିରେ ଏକ ବଡ ସଂକଟର କରାଣ ହେବ ।

   Related Posts