ଯାଜପୁର: ଅଧା ରହିଗଲା ପ୍ରଦୀପ୍ତଙ୍କ ସ୍ଵପ୍ନ, ପ୍ରତି ମୂହୁର୍ତ୍ତରେ ଚାଲିଛି ଜୀବନ ସହ ସଂଘର୍ଷ

Published By : Prameya-News7 Bureau | May 31, 2020 IST

ଯାଜପୁର୩୧/୫: ଦୀର୍ଘ ୧୬ ବର୍ଷ ଧରି ଜୀବନ ଯୁଦ୍ଧରେ ଲଢେଇ କରୁଛି ପାଠୁଆ ପୁଅ ପ୍ରଦୀପ୍ତ। ଯନ୍ତ୍ରଣା ପାଇ ବିଛଣାରେ ପଡି ରହିଛି ପ୍ରଦୀପ୍ତ । ଟଙ୍କା ନଥିବାରୁ ଚିକିତ୍ସା ବାଟ ବି ବନ୍ଦ। ଟିକେ ଭଲ ହେବାପାଇଁ ସହଯୋଗର ହାତ ବଢେଇବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ପ୍ରଦୀପ୍ତ । ଏପଟରେ ଦେଖିଥିବା ସ୍ଵପ୍ନ ଯେପରି ଦିନକୁ ଦିନ ତାଙ୍କଠୁ ଦୂରେଇ ଯାଉଛି । ସେବା କରିବା ବଦଳରେ ସେବା ପାଉଛି ପାଠୁଆ ପୁଅ ପ୍ରଦୀପ୍ତ । ଯାଜପୁର ଧର୍ମ ଶାଳା ଅଞ୍ଚଳରୁ ଏଭଳି ହୃଦ୍ଧୟ ଭରା କାହାଣୀ ଦେଖିବାକୁ ମିଳିଛି ।

ଜୀବନ ଯୁଦ୍ଧରେ ଲଢେଇ କରୁଛି ପାଠୁଆ ପୁଅ ପ୍ରଦୀପ୍ତ । ଦୀର୍ଘ ୧୬ ବର୍ଷ ଧରି ବିଛଣାରେ ଶୋଇରହିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି  ଧର୍ମଶାଳା ବ୍ଲକ ପାଟପୁର ଗାଁ  ପ୍ରଦୀପ୍ତ ଦାସ । ଦେଖିଥିଲେ ଅନେକ ସ୍ଵପ୍ନ ହେଲେ ସେଇ ସ୍ଵପ୍ନ ତାଙ୍କର ଅଧା ହୋଇ ରହିଗଲା । ଯେଉଁ ବୟସରେ ବାପା ମାଆଙ୍କ ସେବା କରିବା କଥା ହେଲେ ସେହି ବୟସରେ ସେବା ପାଉଛନ୍ତି ନିଜେ ।  ବାପା ଶ୍ୟାମ ସୁନ୍ଦର ଦାସ ମା ଚିନ୍ମୟୀ ଦାସ ଏହି ପାଠ ପଢୁଆ ପୁଅ ପାଇଁ ଦୁହେଁ ବାପା-ମାଆ ଦେଖିଥିଲେ ଅନେକ ଅସୁମାରି ସ୍ଵପ୍ନ । ବି.ଏ ପାସ କରିଥିବା ପ୍ରଦୀପ୍ତ ୮୦ ପ୍ରତିଶତ ରଖୀ କମ୍ପୁଟର ମାଷ୍ଟର ଡିଗ୍ରୀ ହାସଲ କରି ଚାକିରି ମଧ୍ୟ କଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା ବୋଧେ। ୨୦୦୪ ମସିହାରୁ ମାଡି ଆସିଲା ରୋଗ । ଆଣ୍ଠୁ ଗଣ୍ଠି ରୋଗରେ ଶିକାର ହେଲେ ପ୍ରଦୀପ୍ତ । ହେଲେ ଏହା ପର ଠାରୁ ପ୍ରଦୀପ୍ତ ଙ୍କ ପାଇଁ ଜୀବନ ଟା ପାଲଟି ଯାଇଛି ଯନ୍ତ୍ରଣା ।  ବଡବଡ ଡାକ୍ତର ଖାନାରେ  ଚିକିସ୍ଛା ହେବାପରେ ବି ସୁସ୍ତ ହୋଇପାରିନାହାନ୍ତି ପ୍ରଦୀପ । ତାଙ୍କ ଚିକିତ୍ସା ଖର୍ଚ୍ଚରେ ସବୁ ଟଙ୍କା ଖର୍ଚ୍ଚ କରି ସର୍ବଶାନ୍ତ ହୋଇପଡିଛନ୍ତି ବାପା- ମାଆ ।

କୌଣସି ଉପାୟ ନପାଇ ଶେଷରେ ପୁଅକୁ ଭଲ କରିବା ସହ ନିଜର ପରିବାର ଚଳାଇବା ପାଇଁ ବାପା  ଶ୍ୟାମସୁନ୍ଦର ଦାସ ସେଲ୍‌ସ ମ୍ୟାନ ଭାବେ ଏକ ଲୁଗା ଦୋକାନରେ କାମ କରୁଛନ୍ତି । ଏ ପଟରେ କରୋନା କଟକଣା ଏ ମାନଙ୍କ ପାଇଁ ସୃଷ୍ଟି କରିଛି ବଡ ସମସ୍ୟା । ଦୋକାନ ବନ୍ଦ ଥିବାରୁ  ଶ୍ୟାମସୁନ୍ଦରଙ୍କ ପକ୍ଷେ ପରିବାର ଚଳାଇବା କଷ୍ଟକର ହୋଇପଡିଛି । ଦୋକାନ ଖୋଲା ଥିବା ସମୟରେ ଜେଣେ ତେଣେ ଉପାୟରେ ପରିବାର ଚାଲି ଯାଉଥିଲେ । ହେଲେ କାରୋନା ତାଙ୍କର କଷ୍ଟ ଆହୁରି ଦୁଇଗୁଣା ଯେମିତି ବଢାଇଦେଇଛି ।  ଏଭଳି ସ୍ଥିତିରେ ରୋଗଗ୍ରସ୍ତ ପୁଅର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ । ଦୀର୍ଘ ୧୬ ବର୍ଷ ଧରି ପଡି ରହିଥିବା ପ୍ରଦୀପ୍ତ କେବେ ଭଲ ହେବ  ତାକୁ ନେଇ ଚିନ୍ତାରେ ଏବେ  ପରିବାର ।

ଏପଟରେ ବ୍ଲକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଗୁହାରି କରିଛନ୍ତି ପରିବାର ଲୋକେ । ଏ ସମ୍ପର୍କରେ ଆମେ ଧର୍ମଶାଳା ବିଡିଓ ମହୋଦୟଙ୍କ ଯୋଗାଯୋଗ କରିଥିଲୁ ହେଲ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଏପଟରେ ପଞ୍ଚାୟତର ସରପଞ୍ଚ ଏବଂ ବର୍ତ୍ତମାନ ଜିଲ୍ଳାପାଳଙ୍କ କ୍ଷମତା ଦିଆ ଯାଇଥିବା ପାଟପୁର ପଞ୍ଚୟତର ସରପଞ୍ଚ ନଗେନ ଦାସଙ୍କ ସହ ଯୋଗାଯୋଗ କରିଥିଲୁ । ଦୀର୍ଘ ୧୬ ବର୍ଷ ଧରି ବିଛଣାରେ ପଡି ଯନ୍ତ୍ରଣା ପାଉଥିବା  ପ୍ରଦୀପ୍ତ ବଞ୍ଚିବା ପାଇଁ  ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ତେବେ ପଡି ରହିଥିବା ପାଠୁଆ ପୁଅ ପ୍ରଦୀପ୍ତଙ୍କ ଦୁଃଖ ଦୂର ହେବା ସହ କେବେ ସୁସ୍ଥ ହେଉଛନ୍ତି ତାକୁ ହିଁ ଅପେକ୍ଷା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.