ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

କେରଳରେ ପ୍ରଳୟଙ୍କରୀ ବନ୍ୟା ; ଅଧା ଅଞ୍ଚଳ ଜଳମଗ୍ନ

12/08/2018 at 6:02 AM

କେରଳ ୧୨/୮ : କେରଳରେ ପ୍ରଳୟଙ୍କରୀ ବନ୍ୟାରେ କେରଳର ଅଧା ଅଞ୍ଚଳ ଜଳମଗ୍ନ । ପ୍ରାୟ ୫୦ ବର୍ଷ ପରେ ରାଜ୍ୟରେ ଏଭଳି ପ୍ରଳୟଙ୍କରୀ ବନ୍ୟା ଆସିଛି । ବନ୍ୟାରେ ୩୭ ଜଣଙ୍କ ମୃତ୍ୟୁ ହୋଇଛି । ଥିରୁଅନନ୍ତପୁରମ୍ ନିକଟ ସମୁଦ୍ରରେ ଦୁଇ ଜଣ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ତିନି ସେନା ପକ୍ଷରୁ ‘ଅପରେସନ୍ ସହଯୋଗ’ କାର୍ଯ୍ୟକ୍ରମରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମ ଜାରି ରହିଛି । ୫୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିଲାବେଳେ ୧ ଲକ୍ଷ ହେକ୍ଟରରୁ ଅଧିକ ଜମି କ୍ଷତିଗ୍ରସ୍ତ ହୋଇଛି । ଖୋଲା ଯାଇଥିବା ନଦୀବନ୍ଧ ଫାଟକରୁ ଶନିବାର ଅଧିକାଂଶକୁ ବନ୍ଦ କରିଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲା ଯାଇଥିବା ୫୦୦ରୁ ଅଧିକ ଥଇଥାନ ଶିବିରରେ ବନ୍ୟା ବିପନ୍ନକୁ ସହାୟତା ଯୋଗାଇ ଦିଆଯାଉଛି । ମୁନ୍ନାରରେ ଭୂସ୍ଖଳନ ଯୋଗୁଁ ଫସି ରହିଥିବା ୨୦ ବିଦେଶୀଙ୍କ ସହ ୬୯ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ମୃତକ ଓ କ୍ଷତିଗ୍ରସ୍ତ ପାଇଁ ରାଜ୍ୟ ସରକାର ସହାୟତା ରାଶି ଘୋଷଣା କରିଛନ୍ତି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

   Related Posts