ଫୁଙ୍ଗୁଳା ଦେହରେ ନାବାଳକ ଅଭିଯୁକ୍ତଙ୍କ ପରେଡ ଭିଡିଓ ଭାଇରାଲ, ଚର୍ଚ୍ଚାରେ ନାଗପୁର ପୋଲିସ

Published By : Prameya-News7 Bureau | October 11, 2020 IST

ନାଗପୁର ୧୧।୧୦: ମହାରାଷ୍ଟ୍ର ଉପମହାନଗରୀ ରାଜଧାନୀ ନାଗପୁର ପୋଲିସ ପୁଣି ଚର୍ଚ୍ଚାକୁ ଆସିଛି। ଏକ ଘଟଣାରେ ପୋଲିସ ଗିରଫ କରିଥିବା ନାବାଳକ ଅପରାଧୀଙ୍କୁ ଅର୍ଦ୍ଧନଗ୍ନ କରି ଜନଗହଳିପୂର୍ଣ୍ଣ ରାସ୍ତାରେ ଚଲାଇଚଲାଇ ନେବାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଚର୍ଚ୍ଚାକୁ ଆସିଛି। ରାଜରସ୍ତାରେ ପୋଲିସ ଅତ୍ୟାଚାର ସମସ୍ତଙ୍କ ସମ୍ମୁଖରେ ହୋଇଥିଲେ ବି ସେତେବେଳେ କେହି ଏହାର ପ୍ରତିବାଦ କରିନଥିଲେ। ହେଲେ ଏବେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ଖାକି ଉପରେ ପ୍ରଶ୍ନବାଚୀ ଲଗାଇଛି।

ଘଟଣା ଚର୍ଚ୍ଚା ହେବା ପରେ ନାଗପୁର ପୋଲିସ କମିଶନର ଅମିତେଶ କୁମାର ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ମାମଲାର ତଦନ୍ତ ସରିଥିବା ବେଳେ ରିପୋର୍ଟ ଅନୁସାରେ ଘଟଣା ଲାଗି ଥାନା ଓଆଇସି ଖୁସାଲ ତିଜାରେ, ଏପିଆଇ ଧୂମାଲଙ୍କ ସମେତ ଅନ୍ୟ ୭ ପୋଲିସ କର୍ମଚାରୀଙ୍କ ବିରୋଧରେ ଏତଲା ରୁଜୁ ଲାଗି  ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ତେବେ ପୋଲିସ ଆଗୁଆ ନିଜ ଆଡୁ ଏହି ପଦକ୍ଷେପ ନେଇଥିଲେ ହେଁ ମାନବାଧିକାର ସଙ୍ଗଠନ ଏହାକୁ ସହଜରେ ଗ୍ରହଣ କରିନାହାନ୍ତି।

ପୋଲିସ ଏକ ସଙ୍ଗଠନ ଧିରେ ଧିରେ କର୍ମଚାରୀ ଭୁଲିବାରେ ଲାଗିଲେଣି ବୋଲି ମାନବାଧିକାର ଗୋଷ୍ଠୀ ଅଭିଯୋଗ କରିଛନ୍ତି। ପୋଲିସ ଯାହାବି କାମ କରେ ଆଇନର ପରିସରରେ ରହି ତାକୁ କରିବାକୁ ହୁଏ। ହେଲେ ଜରିଫଟକା ଥାନା ଓଆଇସି ଏବଂ କର୍ମଚାରୀଙ୍କ କର୍ତ୍ତୃତ ବାସ୍ତବିକ ନିନ୍ଦନୀୟ ବୋଲି କହିଛନ୍ତି ମାନବାଧିକାର କର୍ମୀ। ଯାହାବି ହେଉ ପୋଲିସ କମିଶନର ନିଜ ଆଡୁ ଅଗ୍ରୀମ ପଦକ୍ଷେପ ନେବା ପରିସ୍ଥିତିକୁ ନିୟନ୍ତ୍ରିତ କରିଦେଇଛି। ହେଲେ ଭିଡିଓର ପ୍ରସାର ଥମିବାର ନାଁ ନେଉନି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.