Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ମହିଳାଙ୍କ ଉନ୍ମତ୍ତ କାଣ୍ଡ : ଥାନା ଭିତରେ ପସି କଲେ ଟେକା-ପଥର ମାଡ, ରାସ୍ତାରେ ଯାହାକୁ ଦେଖିଲେ ତାକୁ ପିଟିଲେ

13/11/2020 at 9:17 AM

ପାଳଲହଡ଼ା,୧୩|୧୧: ଅନୁଗୋଳ ଜିଲ୍ଲା ପାଳଲହଡ଼ା ଥାନା ସମ୍ମୁଖରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଥାନା ସମ୍ମୁଖରେ ଜଣେ ମହିଳା ଅର୍ଦ୍ଧଉଲଗ୍ନ ହୋଇ ରାଜରାସ୍ତାରେ ମାରପିଟ୍‌ କରିବା ସହ ଗାଡ଼ିମଟର ଅଟକାଇଛନ୍ତି । ଏପରିକି ଥାନା ଭିତରେ ପଶି ଉତ୍ପାତ ମଧ୍ୟ କରିଛନ୍ତି। ବହୁ କଷ୍ଟରେ ପୋଲିସ ମହିଳାଙ୍କୁ କାବୁ କରି ଖମାର ଅଞ୍ଚଳରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଛାଡ଼ିଥିବା ଜଣାପଡ଼ିଛି।

ସୂଚନାନୁସାରେ, ଗୁରୁବାର ସକାଳ ୮ଟା ବେଳେ ଥାନା ସମ୍ମୁଖ ରାଜରାସ୍ତା ଉପରେ ମହିଳା ଜଣକ ଉଲଗ୍ନ ହୋଇ ଗାଡ଼ିମଟର ଅଟକାଇଥିଲେ। ଏପରିକି ପଥଚାରୀଙ୍କୁ ମାରିବା ପାଇଁ ଗୋଡ଼ାଇଥିଲେ । ହଠାତ୍‌ ମହିଳାଙ୍କ ଏଭଳି କାଣ୍ଡ ଦେଖି ସ୍ଥାନୀୟ ଲୋକ ଚକିତ ହୋଇଯାଇଥିଲେ। ପରେ ମହିଳା ଜଣକ ଥାନା ପରିସରକୁ ପ୍ରବେଶ କରି ଗାଳିଗୁଲଜ କରିଥିଲେ ।

ଆହୁରି ମଧ୍ୟ ସେ ଥାନା ଗାଡ଼ି ଉପରକୁ ଟେକା ମାଡ଼ କରିଥିଲେ । ମହିଳାଙ୍କ କାଣ୍ଡ ଦେଖି ପୋଲିସ କର୍ମଚାରୀ ବି ତାଜୁବ । ମହିଳାଙ୍କ ସାମ୍‌ନାକୁ ଆସିବାକୁ ହଠାତ୍‌ ସାହସ କରିପାରିନଥିଲେ। ପ୍ରାୟ ଘଣ୍ଟାଏ ପରେ ମହିଳାଙ୍କୁ କାବୁ କରାଯାଇଥିଲା । ବାହାର ଜିଲ୍ଲାର ଏହି ମହିଳା ଜଣକର କେହି ସମ୍ପର୍କୀୟ ଖମାର ଅଞ୍ଚଳରେ ରହୁଛନ୍ତି । ତାଙ୍କରି ଜିମାରେ ମହିଳାଙ୍କୁ ଛଡ଼ାଯାଇଥିବା ଜଣାପଡ଼ିଛି । ତିନି ଦିନ ତଳୁ ମହିଳା ଜଣକ ପାଳଲହଡ଼ା ଅଞ୍ଚଳକୁ ଆସିଥିବା ବେଳେ ତାଙ୍କର ମାନସିକ ବିକୃତି ଥିବା କୁହାଯାଇଛି ।

   Related Posts