ଛୋଟାର ଅର୍ଦ୍ଧ ନିର୍ମିତ ଘର ଉପରେ ପୁଣି ବୁଲ ଡୋଜର ଚଳାଇଲା ପ୍ରଶାସନ , ଜଣେ ମହିଳା ସହଯୋଗୀର ମୁଖ୍ୟ ଭୂମିକା ଥିବା ମିଳିଲା ସୂଚନା…

Published By : Prameya-News7 Bureau | July 22, 2019 IST

ଭୁବନେଶ୍ବର୨୨|୭: ଡ୍ରଗସ୍‌ ମାଫିଆ ଛୋଟା ଓରଫ୍‌ ଶୁଭ୍ରାଂଶୁ ପରିଡ଼ାର ଅପରାଧ ସାମ୍ରାଜ୍ୟକୁ ଧୂଳିସାତ୍‌ କରିବାକୁ ଯୋଜନା କରିଛି ଏସଟିଏଫ୍‌ । ଛୋଟା ଠାରୁ ଓଗାଳିଥିବା ତଥ୍ୟ ଅନୁସାରେ ଏକାଧିକ ନେତା ଓ ପୋଲିସ ଅଫିସର ଏବେ ଏସଟିଏଫ୍‌ର ତଦନ୍ତ ପରିସରଭୁକ୍ତ ହେବାକୁ ଯାଉଛନ୍ତି ।

{"id":136325}

ସେପଟେ ଦ୍ବିତୀୟ ପର୍ଯ୍ୟାୟରେ  ଖୋର୍ଦ୍ଧା ଗୁରୁଜଙ୍ଗରେ ଥିବା ଛୋଟାର ଅର୍ଦ୍ଧ ନିର୍ମିତ ଘର ଉପରେ ବୁଲ ଡୋଜର ଚଳାଇଛି ପ୍ରଶାସନ । ଏବେ ବି ଛୋଟା ଲିଙ୍କ୍‌ରେ ଥିବା କାର୍ପଟଦାରମାନେ ବେଧଡ଼କ ଭାବେ ଡ୍ରଗ୍‌ସ କାରବାର ଚଳାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ….

{"id":136326}

ଡଗ୍ରସ୍‌ ମାଫିଆ ଛୋଟା ଓରଫ ଶୁଭ୍ରାଂଶୁ ପରିଡ଼ାକୁ ଜେରା ପରେ ତା’ପାଖରୁ ସାଂଘାତିକ ତଥ୍ୟ ଓଗାଳିଛି ଏସଟିଏଫ୍‌ । ଅଖା ପାରି  ପରିବା ବେପାର କରୁଥିବା ଛୋଟା ମାତ୍ର ୨ବର୍ଷରେ କେମିତି କୋଟିପତି ହୋଇଗଲା ତା’ର ସବୁ ଗୁମର ଖୋଳିଛି ଏସଟିଏଫ୍‌ ଟିମ୍‌ ।

{"id":136327}

କେବଳ ସରକାରୀ ଅଧିକାରୀ ନୁହନ୍ତି, ଛୋଟା ଠାରୁ ମୋଟା ଅଙ୍କର ମାଲ୍‌ ନେଇ ତା’ର ବେଆଇନ୍‌ ବେପାରକୁ ପ୍ରୋତ୍ସାହନ ଦେଉଥିବା କିଛି ରାଜନେତା ଓ ପୋଲିସ ଅଫିସରଙ୍କ ନାଁ ମଧ୍ୟ ଓଗାଳିଛି ଏହି ଡ୍ରଗସ୍‌ ମାଫିଆ ।

{"id":136328}

ଏସଟିଏଫ୍‌ର ଏହି ଖୁଲାସା ପରେ ଛୋଟା ଲିଙ୍କ୍‌ରେ ଥିବା ପୋଲିସ, ନେତା ଓ ଅଧିକାରୀଙ୍କ ଭିତରେ ଛନକା ପଶିଛି । କେଉଁ ପୋଲିସ ଅଫିସର ଛୋଟା ଠାରୁ ଦାମୀ ଗାଡ଼ି ନେଇଛନ୍ତି, କେଉଁ ରାଜନେତାଙ୍କ ପାଇଁ ନିର୍ବାଚନରେ ଅର୍ଥ ଖର୍ଚ୍ଚ କରୁଥିଲା ଡ୍ରଗ୍‌ସ୍‌ ମାଫିଆ । ସେମାନଙ୍କୁ ଏବେ ତଦନ୍ତ ପରିସରଭୁକ୍ତ କରିବ ଏସଟିଏଫ୍‌ ଟିମ୍‌ ।

{"id":136329}

ସେପଟେ  ଡ୍ରଗସ୍‌ ମାଫିଆ ଛୋଟା ଓରଫ୍‌ ଶୁଭ୍ରାଂଶୁ ପରିଡ଼ାର ଅପରାଧ ସାମ୍ରାଜ୍ୟକୁ ଧୂଳିସାତ୍‌ କରିବାକୁ କମର କଷିଛି ଖୋର୍ଦ୍ଧା ପ୍ରଶାସନ । ଦ୍ବିତୀୟ ପର୍ଯ୍ୟାୟରେ ଖୋର୍ଦ୍ଧା ଗୁରୁଜଙ୍ଗ ଜବରଦସ୍ତିପୁରରେ ଥିବା ଛୋଟାର ଅର୍ଦ୍ଧନିର୍ମିତ ଘର ଉପରେ ଚଳାଇଛି ବୁଲ୍‌ ଡୋଜର । ଏବେ ବି ଛୋଟା ଲିଙ୍କ୍‌ରେ ଥିବା କାର୍ପଟଦାରମାନେ ବେଧଡ଼କ ଭାବେ ଡ୍ରଗ୍‌ସ କାରବାର ଚଳାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

{"id":136330}

ଛୋଟାର ଅପରାଧ ଦୁନିଆରେ ଜଣେ ମହିଳା ସହଯୋଗୀର ମୁଖ୍ୟ ଭୂମିକା ରହିଛି । ଏହି ଲେଡି ଡନ୍‌ ଜଣକ ସହାୟତାରେ ପରିବା ବେପାରୀରୁ ଡ୍ରଗ୍‌ସ ମାଫିଆ ବନିଥିଲା ଛୋଟା । ମହିଳା ଜଣକ ଭଲ ପରିବାରର ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ଜଣେ ପ୍ରଭାବଶାଳୀ ନେତାଙ୍କ ହାତ ଥିବା କଥା କୁହାଯାଉଛି । ଏସଟିଏଫ ତଦନ୍ତ ଜାରି ରହିଥିବା ସଂପୃକ୍ତ ଲେଡି ଡନ୍‌ ଏବେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବା ଚର୍ଚ୍ଚା ହେଉଛି ।

{"id":136331}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.