Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||

ପାରିବାରିକ କଳହ ନେଲା ମହିଳାଙ୍କ ଜୀବନ ! ଘର ଅଗଣାରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

16/06/2020 at 2:19 PM

ସମ୍ବଲପୁର ୧୬।୬: ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ନିଜ ଘର ଅଗଣାରୁ ମୃତଦେହ ଉଦ୍ଧାର କରାଯାଇଛି । ଉଭୟ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲାର ସଦର ଥାନା ଅନ୍ତର୍ଗତ କୁଇଲତା-ନୂଆଁପାଲି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ନିଜ ଘର ଅଗଣାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କ ମୃତଦେହ ଦେଖି ତାଙ୍କର ଭାଇ ତଥା ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ମୃତ ମହିଳା ଜଣଙ୍କ ହେଲେ ଜ୍ୟୋସ୍ନା ପ୍ରଧାନ। ତାଙ୍କର ବୟସ ୪୦ ବର୍ଷ ପାଖାପାଖି ହେବ ବୋଲି ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ସଦର ଥାନା ଆଇଆଇସି ଚିନ୍ତାମଣି ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତରେ ସହାୟତା ପାଇଁ ସଇଣ୍ଟଟିଫିକ୍ ଟିମ୍ କୁ ମଧ୍ୟ ଡକାଯାଇଛି । ଉଭୟ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ବର୍ତ୍ତମାନ ତଦନ୍ତ ଜାରି ରଖିଛି ।

ତେବେ ସ୍ଥାନୀୟ ଲୋକଙ୍କ ଅନୁସାରେ ଜ୍ୟୋସ୍ନାଙ୍କ ଭାଇ ସନାତନ ପ୍ରଧାନଙ୍କ ସହ ତାଙ୍କର ସବୁବେଳେ ଝଗଡା ଲାଗି ରହୁଥିଲା । ତେଣୁ ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ପରିବାରିକ କଳହ ଜନିତ ଏକ ହତ୍ୟାକାଣ୍ଡ ବୋଲି ଆଶଙ୍କା କରାଯାଉଛି । ଏପଟେ ମୃତ ଜ୍ୟୋସ୍ନାଙ୍କ ବଡ ଭାଇ ସନାତନଙ୍କୁ ପରିବାର ଲୋକେ ବର୍ତ୍ତମାନ ଏଠି ନଥିବାରୁ ଏହା ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ତେବେ ଜ୍ୟୋସ୍ନାଙ୍କ ଭାଇ ଏନେଇ ସେ କିଛି ଜାଣିନଥିବା କହିଛନ୍ତି । ତେବେ ଏହା ଏକ ଆତ୍ମହତ୍ୟା ନା’ ହତ୍ୟାକାଣ୍ଡ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସ୍ପଷ୍ଟ ହେବ ।

   Related Posts