ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ୩ ଦିନ ହେଲା ଥିଲେ ନିଖୋଜ

Published By : Prameya-News7 Bureau | January 11, 2021 IST

ସାଲେପୁର ୧୧।୧: ତିନି ଦିନ ଧରି ନିଖୋଜ ଥିବା ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । କଟକ ଜିଲ୍ଲା କିଶନନଗର ଥାନା ତେନ୍ତୋଳ ମହାନଦୀ ପଠାରୁ ମିଳିଛି ମୃତଦେହ । ମୃତ ଯୁବକଙ୍କ ନାଁ ହେଉଛି ରବି ନାରାୟଣ ପୃଷ୍ଟି । ତାଙ୍କ ଘର ସାଲେପୁର ବ୍ଲକ୍ ତେନ୍ତୋଳରେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ରବି ତିନି ଦିନ ହେବ ନିଖୋଜ ଥିଲେ । ତାଙ୍କ ନିଖୋଜ ନେଇ ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ । ତେବେ ସୋମବାର ତାଙ୍କର ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହାନଦୀ ପଠା ଖରି ବଣ ଜଙ୍ଗଲରେ ପଡିରହିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଏ ନେଇ ପୋଲିସକୁ ଖବର ଦେଇଥିଲେ । କିଶନନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.