Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ବିଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର : ଟାଟୁ ଓ ଲକେଟ୍‌ରୁ ମିଳିଲା ପରିଚୟ, କାରଣ ଖୋଜୁଛି ପୋଲିସ

24/04/2021 at 12:57 PM

ଦେବଗଡ ୨୪।୪: ଦେବଗଡ ସହରର ୩ ନମ୍ବର ୱାର୍ଡ ମଠସାହି ଦୁର୍ଗା ମନ୍ଦିର ନିକଟସ୍ଥ ଜମିମାଳରୁ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି ।  ମୃତକ ଜଣଙ୍କ ହେଲେ ସେହି ଅଞ୍ଚଳର ବିଶୁ ନାୟକ । ସୂଚନାଯୋଗ୍ୟ ଯେ, ଶନିବାର ଦିନ ଅଚିହ୍ନା ଅର୍ଦ୍ଧଦଗ୍ଧ ମୃତଦେହ ଜମିମାଳରେ ପଡିଥିବା ନେଇ ଚର୍ଚ୍ଚା ହେବା ପରେ ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ମୃତଦେହ ନିକଟରେ ପଡିଥିବା କାଗଜପତ୍ର, ଚପଲ, ଖୋଲା ପ୍ଲାଷ୍ଟିକ ବୋତଲ ଓ ଅଧାଜଳା ଦିଆସିଲ ଡବାକୁ ନେଇ ପୋଲିସ ମୃତକଙ୍କ ପରିଚୟ ଖୋଜୁଥିବା ବେଳେ ପରେ ଶବ ଚିହ୍ନଟ ହୋଇଥିଲା ।  ମୃତଦେହରେ ରହିଥିବା ଟାଟୁ ଓ ମିଳିଥିବା ଲକେଟରୁ ମୃତକ ରାଜମିସ୍ତ୍ରୀ କାମ କରୁଥିବା ବିଶୁ ନାୟକ ବୋଲି ଜଣାପଡିଛି ।  ମୃତକଙ୍କ ସ୍ତ୍ରୀ ଓ ବାପା ଆସି ଶବ ଚିହ୍ନଟ କରିଥିଲେ ।  ଦେବଗଡ ଏସଡିପିଓ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ଵରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।  ଏହା ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟାକାଣ୍ଡ ସେ ନେଇ ତଦନ୍ତ ଚାଲିଛି ।

   Related Posts