Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଯୁବତୀଙ୍କ ଅର୍ଦ୍ଧ ଦଗ୍ଧ ଶବ ଜବତ, ଦୁଷ୍କର୍ମ ଓ ହତ୍ୟା ସନ୍ଦେହ

16/06/2019 at 1:40 PM

ଟାଙ୍ଗି୧୬|୬: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ପୋଲିସ ଜଣେ ଅଜଣା ଯୁବତୀଙ୍କ ଅର୍ଦ୍ଧଦଗ୍ଧ ଶବ ଜବତ କରିଛି। ତେବେ ଯୁବତୀ ବିବାହିତ କି ଅବିବାହିତ ତାହା ଜଣାପଡିନାହିଁ । ପୋଲିସ ମୃତ ଯୁବତୀଙ୍କ ପରିଚୟ ଓ ମୃତ୍ୟୁ ପଛର ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି ।

ବାଲୁଗାଁ ଥାନା ସରନଈ ଓଭର ବ୍ରିଜ ନିକଟରୁ ଏହି ଶବ ଜବତ ହୋଇଛି। ଘଟଣା ସ୍ଥଳରୁ ପୋଲିସ ମହିଳାଙ୍କ ଭଙ୍ଗା ଚୁଡି ଜବତ କରିଛି । ଟାୟାର ଦ୍ଵାରା ନିଆଁ ଲଗାଇ ଯୁବତୀଙ୍କୁ ହତ୍ୟାକରିବାପରେ ହତ୍ୟାକାରୀ ଫେରାର ହୋଇ ଯାଇଥିବା ପୋଲିସ ସନ୍ଦେହ କରୁଛି । କେହି ଏହି ମହିଳା / ଯୁବତୀ ଙ୍କୁ ହତ୍ୟା କରିବା ପରେ ହତ୍ୟାର ରୂପ-ରେଖ ବଦଳାଇବା ପାଇଁ ଏଠାରେ ଏପରି କରି ଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି ।

ଖୋର୍ଦ୍ଧା ଏସପି ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି । ଏହି ମହିଳା କିଏ , ଏଠାକୁ କିପରି ଆସିଲେ , କିଏ ଏଭଳି କାଣ୍ଡ କରିଛି ତାହାକୁ ନେଇ ପୋଲିସ ତଦନ୍ତ କରୁଛି ।    

   Related Posts