ବିଲରୁ ଶିକ୍ଷକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
21/01/2019 at 1:17 PM

ଅନୁଗୋଳ ୨୧|୧: ଶିକ୍ଷକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ଗାଁ ବିଲରୁ ଜଣେ ଶିକ୍ଷକଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତକ ଶିକ୍ଷକ ହେଲେ ମାଛକୁଟା ଗାଁର ଝରିଆ ମାଝୀ । ସେ ଆଠମଲ୍ଲିକ ବ୍ଲକ୍ ବଇଜା ସ୍କୁଲରେ ଶିକ୍ଷକ ଥିଲେ। ପରିବାରର ଲୋକଙ୍କ କହିବା ଅନୁସାରେ ସେ ମାନସିକ ଭାରସାମ୍ୟ ହରାଇଥିଲେ। ଏଥିପାଇଁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଗତକାଲି ସେ ଘରୁ ନିଖୋଜ ହୋଇଯାଇଥିଲେ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ଘେରରେ ରହିଛି। ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
Related Posts
ବାଦାମପାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ୪ ଗିରଫ
24 February 2021
ଚୋରା ଚାଲାଣ କରୁଥିବା ୩ଟି ଲୁହାପଥର ବୋଝେଇ ଟ୍ରଲର ଜବତ, ୩ ଗିରଫ
24 February 2021