ପୁରୀରେ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

Published By : Prameya-News7 Bureau | December 22, 2018 IST

ପୁରୀ ୨୨|୧୨: ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ପୁରୀ ରେଡକ୍ରସ୍ ପେ।ଲିସ ଲାଇନ ସ୍କୁଲ ନିକଟରୁ ଉଦ୍ଧାର ହେ।ଇଛି ମୃତଦେହ । ତେବେ ମୃତକଙ୍କ ପରିଚୟ ମିଳିପାରିନି । ଘଟଣାସ୍ଥଳରେ କୁମ୍ଭାରପଡା ପେ।ଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":66208}

ସୂଚନା ଅନୁସାରେ ପୁରୀ ଜିଲ୍ଲା ରେଡକ୍ରସ୍ ପେ।ଲିସ ଲାଇନ ସ୍କୁଲ ନିକଟରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହେ।ଇଛି । ମୃତଦେହଟିକୁ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧାପୋଡା ମୃତଦେହ ଉଦ୍ଧାର କରିଛି । କେହି ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହଟିକୁ ପୋଡି ଦେଇଥିବାର ସନ୍ଦେହ କରାଯାଉଛି । ତେବେ ମୃତଦେହଟି ପୋଡିଯାଇଥିବାରୁ କାହାର ମୃତଦେହ ତାହା ସ୍ପଷ୍ଟ ଜଣାପଡିନାହିଁ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":66207}

ତେବେ ପୁରୀ ସହରରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ସାଧାରଣରେ ଚର୍ଚ୍ଚା ହେଉଛି । କିଛି ଦିନ ପୂର୍ବରୁ ରେଲଓ୍ବେ କଲୋନୀରେ ଡାକ୍ତର ପତ୍ନୀଙ୍କ ହତ୍ୟା ଘଟଣା ଆଉ ଏବେ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ଘଟଣା ସାଧାରଣ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.