Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ହତ୍ୟା ନା ଆତ୍ମହତ୍ୟା ! ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଠାବ

24/08/2018 at 1:28 AM

କେନ୍ଦ୍ରାପଡା ୨୪/୮ : ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଠାବ ହୋଇଛି | ନିଜ ଘର ଠାରୁ ମାତ୍ର ୧୦୦ ମିଟର ଦୂରରେ ଠାବ ହୋଇଛି ଜଣେ ଯୁବତୀଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ | କେନ୍ଦ୍ରାପଡ଼ା ସଦର୍ ଥାନା କଂସାର କାଙ୍କଦିଆ ଗ୍ରାମରେ ଘଟିଛି ଏହି ଅଘଟଣ | ଏହି ଗ୍ରାମର ବ୍ରଜବନ୍ଧୁ ସ୍ୱାଇଁଙ୍କ ୧୯ ବର୍ଷର ଝିଅ ରୁକ୍ମିଣୀର ଅର୍ଦ୍ଧଦଗ୍ଧ ମୃତ ଦେହ ତାଙ୍କ ଘର ପାଖ ଚାଷ ଜମିରୁ ଆଜି ଭୋରୁ ଠାବ ହୋଇ ଥିଲା | ମୃତଦେହ ନିକଟରେ ଏକ କିରୋସିନ୍ ଜାର ପଡିଥିବା ଦେଖିବାକୁ ମିଳିଛି | ତେବେ ଯୁବତୀ ଜଣଙ୍କର ଶାରୀର ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଛି | ରୁକ୍ମଣୀ ଭୁବନେଶ୍ୱରରେ ନିର୍ସିଂ ପଢ଼ା ଶେଷ କରିଥିଲେ | ଗୁରୁବାର ସନ୍ଧ୍ୟାରେ ସେ ଭୁବନେଶ୍ଵରରୁ ଘରକୁ ଫେରିଥିଲେ | ଘରେ ତାଙ୍କ ବ୍ୟବହାର ସ୍ୱାଭାବିକ ନଥିବା ପରିବାର ଲୋକଙ୍କଠାରୁ ଜଣାପଡିଛି | ତେବେ ରାତିରେ ଖାଇ ପିଇ ଶୋଇଥିଲେ ସେ | କିନ୍ତୁ ଭୋରୁ ରୁକ୍ମଣୀ ବିଛଣା ରେ ନଥିବା ଦେଖି ପରିବାର ଲୋକେ ବିଭିନ୍ନ ଜାଗାରେ ଖୋଜାଖୋଜି କରି ଥିଲେ | ଶେଷରେ ଘର ଠାରୁ ମାତ୍ର ସହେ ମିଟର ଦୂରରେ ଏକ ଚାଷ ଜମି ନିକଟରେ ରୁକ୍ମଣୀଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ | ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇ ନାହିଁ | ସଦର ପୁଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି |

   Related Posts