Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଉନ୍ନାଓ ପରେ ମାଲଦା: ଦୁଷ୍କର୍ମ ପରେ ପୋଡ଼ି ମାରି ଦେଲେ

5/12/2019 at 4:09 PM

ମାଲଦା୫/୧୨: ଦିନକୁ ଦିନ ଦେଶରେ ଦୁଷ୍କର୍ମକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ନିକଟରେ ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରି ଜିଅନ୍ତା ଜାଳି ଦେବା ଘଟଣାକୁ ଦେଶବାସୀ ଭୁଲି ନାହାନ୍ତି। ଏ ନେଇ ପୂରା ଦେଶରେ ପ୍ରତିବାଦର ସ୍ବର ଉଠିଛି।

ସେହିପରି ଆଜି ଉତ୍ତର ପ୍ରଦେଶର ଉନ୍ନାଓରେ  ପୀଡ଼ିତାଙ୍କୁ ଦୁଷ୍କର୍ମକରି ପେଟ୍ରୋଲ ଢ଼ାଳି ଜିଅନ୍ତା ଜାଳି ଦେବା ପାଇଁ ଦୁର୍ବୃତ୍ତମାନେ ଉଦ୍ୟମ କରିଥିଲେ। ଏଥିରେ ମଧ୍ୟ ଦୁର୍ବୃତ୍ତମାନେ ୯୦ ପ୍ରତିଶତ ସଫଳ ହୋଇଥିଲେ । ପୀଡ଼ିତାଙ୍କ ଦେହରେ ପେଟ୍ରୋଲ ଢ଼ାଳି ଶରୀରର ୯୦ ପ୍ରତିଶତ ଦୁର୍ବୃତ୍ତମାନେ ଜାଳି ଦେଇଛନ୍ତି। ବର୍ତ୍ତମାନ ସଙ୍କଟାପନ୍ନ ଅବସ୍ଥାରେ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉନ୍ନାଓ ଘଟଣାକୁ ମାତ୍ର ଘଣ୍ଟେ ନ ପୁରୁଣୁରୁ ପଶ୍ଚିମବଙ୍ଗରେ ପୁଣି ଏକ ପୀଡ଼ିତାଙ୍କୁ ଦୁଷ୍କର୍ମ କରି ଜାଳି ଦିଆଯାଇଛି। ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେଏଭଳି ଲଜ୍ଜାଜନକ ଘଟଣା ଘଟିଛି।

ପୋଲିସର ସୂଚନା ଅନୁସାରେ ପୀଡ଼ିତାଙ୍କୁ ସମ୍ପୂର୍ଣ୍ଣ ଭବେ ଜଳି ଯାଇଛି। ତେଣୁ ପୀଡିତାଙ୍କ ଚିହ୍ନଟ ହୋଇ ପାରି ନାହିଁ। ମାଲଡା ଜିଲ୍ଲାର ଇଗ୍ଲିସ ବଜାର ଥାନା ଅଞ୍ଚଳରେ ଜଣେ କୃଷକ ଏହି ଖବର ପ୍ରଥମେ ପୋଲିସଙ୍କୁ ଦେଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିଥିଲା। ପ୍ରାଥମିକ ସୂଚନା ଅନୁସାରେ ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ପୋଡ଼ି ମାରି ଦେଇଥିବା ସୂଚନା ମିଳିଛି।  ଏଥିସହ ପୋଷ୍ଟମର୍ଟମ ପାଇଁ ମାଲଦା ମେଡିକାଲ କଲେଜକୁ ଶବ ପଠାଇ ଦିଆଯାଇଛି।

   Related Posts