Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲକ୍‌ଡାଉନ୍‌ରେ ବଢୁଛି ଲୋକଙ୍କ ଦୁଃଶ୍ଚିନ୍ତା: ୟୁକେରେ ଆତ୍ମହତ୍ୟା ରୋକିବା ଲାଗି ତାଲିମ ନେଲେ ୫ ଲକ୍ଷରୁ ଅଧିକ ଲୋକ

18/05/2020 at 6:03 PM

ଲଣ୍ଡନ ୧୮।୦୫: ସମଗ୍ର ବିଶ୍ଵ ଏବେ କୋଭିଡ୍-୧୯ ସଂକ୍ରମଣର କବଳରେ  ରହିଛି। ଏହାର ମୁକାବିଲା ପାଇଁ ଦୁନିଆର ଅନେକ ଦେଶ ଲକ୍‌ଡାଉନ୍‌ରେ ରହିଛି। ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ରୋଜଗାର ହରେଇଲେଣି। ଏମିତି ସ୍ଥିତିରେ ଲୋକଙ୍କ ମାନସିକ ଦୁଶ୍ଚିନ୍ତା ମଧ୍ୟ ବଢିବାରୋ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ୟୁକେର ଏକ ଚ୍ୟାରିଟି ଦ୍ଵାରା ଗତ ତିନି ସପ୍ତାହରେ ୫ ଲକ୍ଷରୁ ଅଧିଲ ଲୋକଙ୍କୁ ଆତ୍ମହତ୍ୟା କେମିତି ରୋକା ଯାଇପାରିବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଛି।

ଜିଏଚଏସ ଆତ୍ମହତ୍ୟା ସଂଗଠନ, ଏନଏଚଏସ ଟ୍ରଷ୍ଟ, ଚ୍ୟାରିଟି, ବ୍ୟବସାୟିକ ଓ ବ୍ୟକ୍ତିଙ୍କ ସହଯୋଗରେ ୫ ଲକ୍ଷ ୩ ହଜାର ଲୋକ ଆତ୍ମହତ୍ୟା ରୋକିବା ସମ୍ବନ୍ଧିତ ଅନଲାଇନ୍‌ କୋର୍ସ ପୂରା କରିଛନ୍ତି। ଏହାର ଉଦ୍ଦେଶ୍ୟ ସେହି ଲୋକଙ୍କୁ ଚିହ୍ନଟ କରି ପ୍ରଶିକ୍ଷଣ ଦିଆଯିବ ଯାହାଙ୍କୁ ଲକ୍‌ଡାଉନ୍ ସମୟରେ ମାନସିକ ଚାପରୁ ମୁକୁଳିବା ଲାଗି ସାହାଯ୍ୟର ଆବଶ୍ୟକତା ରହିଛି।

ମାଗଣାରେ ଅନ୍‌ଲାଇନ୍‌ ମାଧ୍ୟମରେ ଦିଆଯାଉଥିବା ଏହି ପ୍ରଶିକ୍ଷଣ କୋର୍ସ ପ୍ରତି ଲୋକଙ୍କ ରୁଚି ମଧ୍ୟ ବଢିଛି। ୨୦୧୭ରେ ଏହି ଚ୍ୟାରିଟିର ସ୍ଥାପନା ପରେ ଏ ଯାବତ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଆତ୍ମହତ୍ୟା ରୋକିବା ନେଇ ପ୍ରଶିକ୍ଷଣ ନେଇଛନ୍ତି।

ଏନଏଚଏସ ଇଂଲଣ୍ଡ ଦ୍ଵାରା ଗତ ମାସରେ କର୍ମଚାରୀଙ୍କ ସମର୍ଥନରେ ହଟ୍‌ଲାଇନ୍ ଆରମ୍ଭ କରାଯିବା ସହ କରୋନା ଭୂତାଣୁ ସଂକ୍ରମଣ ମହାମାରୀର ମୁକାବିଲା କରୁଥିବା ଫ୍ରଣ୍ଟ ଲାଇନ୍‌ ଯୋଦ୍ଧାଙ୍କ ମାନସିକ ସ୍ଵାସ୍ଥ୍ୟ ବିଷୟରେ ସମୀକ୍ଷା କରାଯାଇଥିଲା। ଏଥିରୁ ମିଳିଥିବା ରିପୋର୍ଟ ଚିନ୍ତାଜନକ ରହିଛି। ଅଫିସ୍ ଫର ଷ୍ଟାଟିଷ୍ଟିକ୍ସ ମୁତାବକ, ୨୦୧୮ରେ ବ୍ରିଟେନ୍‌ରେ ୬,୫୦୭ ଜଣ ଆତ୍ମହତ୍ୟା କରିଥିଲେ। ଏଥିରୁ ତିନି ଚତୁର୍ଥାଂଶ ପୁରୁଷ ଅଟନ୍ତି। ଚ୍ୟାରିଟିର ଏହି ଅନଲାଇନ୍‌ ପ୍ରଶିକ୍ଷଣର ସମୟ ୨୦ ମିନିଟ୍ ରହିଛି। ସ୍ଵାସ୍ଥ୍ୟ ଓ ଅନେକ ସଂଗଠନ ଦ୍ଵାରା ଚ୍ୟାରିଟିକୁ ଆର୍ଥିକ ସହାୟତା ମିଳିଥାଏ।

ଉଲ୍ଲେଖଯୋଗ୍ୟ, ଲକ୍‌ଡାଉନ୍‌ ପରର ସ୍ଥିତି ଅଧିକ ଜଟିଳ ରହିବ। ଲକ୍ଷାଧିକ ସଂଖ୍ୟାରେ  ଲୋକ ରୋଜଗାର ହରାଇବେ। ଯାହାକୁ ନେଇ ଲୋକଙ୍କ ମାସନିକ ଚାପ ବଢିପାରେ ବୋଲି ଅନେକ ଏଜେନ୍ସି ପକ୍ଷରୁ ଚେତାବନୀ ଜାରି କରାଯାଇଛି। ଯାହା ଲୋକଙ୍କ ଆତ୍ମହତ୍ୟାର କାରଣ ପାଲଟିପାରେ ବୋଲି କୁହାଯାଇଛି।

   Related Posts