Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ମହିଳା କନଷ୍ଟେବଳଙ୍କୁ ମିଳିଲାନି ଛୁଟି, ଥାନାରେ ହେଲା ହଳଦୀ

24/04/2021 at 10:35 AM

ରାଜସ୍ଥାନ ୨୪/୪: କରୋନା ପାଇଁ ସବୁଠି ଲାଗିଛି କଟକଣା । ସମସ୍ତ ସରକାରୀ ଅଧିକାରୀ ମାନେ ଏକ ହୋଇ ଭୂତାଣୁ ବିରୋଧରେ ଲଢୁଛନ୍ତି । ପୋଲିସ, ଡାକ୍ତର, ନର୍ସ ସହ ଅନେକ ଲୋକ ଦୈନିକ ମହାମାରୀର ଶିକାର ହେଉଛନ୍ତି । ତେବେ ଅନେକ ସ୍ଥାନରେ ସରକାରୀ ଅଫିସର ମାନଙ୍କର ଛୁଟିକୁ ରଦ୍ଦ କରାଯାଇଛି । କିଏ ପେଟରେ ଛୁଆ ଧରି ଡ୍ୟୁଟି କରୁଛି ତ, ଆଉ କେହି ଛୁଆକୁ ସାଙ୍ଗରେ ଧରି ନିଜର କର୍ତ୍ତବ୍ୟ କରୁଛି ।

ଏଇଭଳି ଆହୁରି ଘଟଣା ନଜରକୁ ଆସିଛି। ଯେଉଁଠି ଜଣେ ମହିଳା କନଷ୍ଟେବଳଙ୍କୁ ଛୁଟି ନମିଳିବାରୁ ସେ ଥାନାରେ ନିଜର ହଲଦୀ ରସମ କରିଛନ୍ତି । ରାଜସ୍ଥାନ ଡୁଙ୍ଗରପୁର ଥାନାରେ ଏମିତି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଥାନା ପରିସରରେ ଚାଲିଛି ନାଚଗାନା । ଆଉ ମହିଳା କନଷ୍ଟେବଳଙ୍କୁ ହଲଦି ଲଗାଇଦେଉଛନ୍ତି ତାଙ୍କ ସହକର୍ମୀ । ଏପରିକି ହଳଦି ଲଗାଯିବା ପରେ ଉପରକୁ ଟେକି ବୁଲାଉଛନ୍ତି । ବନ୍ଧୁ ପରିଜନ ସାଜି ସହକର୍ମୀମାନେ ଖୁସି ବାଣ୍ଟିଛନ୍ତି ।  

ଘଟଣା ଥିଲା କି, ମହାମାରୀ ଆସନ୍ତା ୩୦ରେ ବିବାହ କରିବେ ମହିଲା ପୋଲିସ କନଷ୍ଟେବଳ ଆଶା । ତେବେ କରୋନା ପ୍ରକୋପ କାରଣରୁ ଆଶାଙ୍କୁ ଦଳଦୀ ରସମ ପାଇଁ ଛୁଟି ମିଳି ନଥିଲା । ତେବେ ସେ ବାଧ୍ୟହୋଇ ଥାନେର ନିଜର ରସମ କରିଥିଲେ। ଘଟଣା ସାମ୍ନାକୁ ଆସିବା ପରେ ମହିଳା କନଷ୍ଟେବଳଙ୍କୁ ପ୍ରଶଂସା କରାଯଉଛି । ଗତବର୍ଷ ଆଶାଙ୍କର ବିବାହ କରିବାର ଥିଲା । କିନ୍ତୁ ଦେଶବ୍ୟାପୀ ଲକଡାଉନ ଚାଲିଥିବରୁ ସମ୍ଭବ ହୋଇପାରିନଥିଲା ।

   Related Posts