Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଡ଼େଲାଙ୍ଗ ଅଞ୍ଚଳରେ ଚାଞ୍ଚଲ୍ୟ: ହଳ କରୁ କରୁ ବାହାରିଲା ଶିବଲିଙ୍ଗ

16/07/2020 at 5:27 PM

 ଡ଼େଲାଙ୍ଗ୧୬/୭: ବିଶ୍ବାସ ନ କଲେ ବି ସତ୍ୟ ଘଟଣା। ଚାଷ ଜମିରୁ ବାହାରିଲା ଶିବଲିଙ୍ଗ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ମୁତାବକ, ଚାଷ ବିଲରେ ହଳ କରିବା ବେଳେ ପଥର ସହ ଲଙ୍ଗଳର ମାଡ଼ ହୋଇଥିଲା। ଯାହାଫଳରେ ବଳଦ ଆଗକୁ ଯାଇ ପାରି ନଥିଲେ। ଏକ ଶାବଳ ସାହାଯ୍ୟରେ ଖୋଳିବାରୁ ଏକ ଶିବଲିଙ୍ଗ ବାହାରିଥିଲା।   

ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ସାହୁପଡା  ଗ୍ରାମର କାଳୁ ଚରଣ ପରିଡା ବିଲରେ ଚାଷ କାର୍ଯ୍ୟ ଅର୍ଥାତ ହଳ କରୁଥିବା ବେଳେ ଏକ ଜାଗାରେ ଲଙ୍ଗଳରେ ପଥର ମାଡ ହେବା ସହ ଆଗକୁ ବଳଦ ଯାଇନଥିଲେ । ଏପରି କି ଲଙ୍ଗଳ ଲୁହା ପଥରରେ ଲାଗି ରହିଲା ପରି ଅବସ୍ଥା ହୋଇଥିଲା ।

ଶେଷରେ କାଳୁ କୌଣସି ଉପାୟ ନ ପାଇ ସେଇ ଜାଗା ଖୋଳିବାରୁ ପଥରରେ ଏକ ସୁନ୍ଦର ଶିବଲିଙ୍ଗ । ଏହି ଖବର ଖେଳିଯିବା ପରେ ସେଠାରେ ଲୋକମାନଙ୍କର ଗହଳି ଲାଗି ଯାଇଥିଲା । କିଛି ମହିଳା ପୁରୁଷ ତୁରନ୍ତ ପୂଜାର୍ଚ୍ଚନା ଆରମ୍ଭ କରି ଦେଇଥିବାର ଦେଖାଯାଇଥିଲା ।

   Related Posts