Hawk-i ବିମାନରୁ ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ ୱିପନର ସଫଳ ପରୀକ୍ଷଣ କଲେ HAL

Published By : Prameya-News7 Bureau | January 21, 2021 IST

ବେଙ୍ଗାଲୁରୁ ୨୧।୧: ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଡେଟ୍ (ଏଚଏଏଲ) ଗୁରୁବାର ଓଡ଼ିଶା ଉପକୂଳରେ  ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ ୱିପନ( ଏସଏଏଡବ୍ଲୁ)କୁ ପରୀକ୍ଷଣ କରିଛନ୍ତି। ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ ଏହି ଅସ୍ତ୍ରପ୍ରଣାଳୀକୁ ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ହକ୍‌ –ଆଇ ବିମାନରୁ ପ୍ରୟୋଗ କରାଯାଇଥିବା ବେଳେ ସଫଳତାର ସହ ଏହା ଲକ୍ଷଭେଦ କରିଛି। ଯାହା ଏଚଏଏଲଙ୍କ ଲାଗି ଆତ୍ମ ନିର୍ଭର ଭାରତ ମିଶନରେ ଏକ ନୂଆ ମାଇଲଖୁଣ୍ଟ ବୋଲି କୁହାଯାଉଛି। 

{"id":396347,"sizeSlug":"large","linkDestination":"none"}

ଏସଏଏଡବ୍ଲୁ ଭାରତରେ ବିକଶିତ ହୋଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ସ୍ୱଦେଶୀ ଜ୍ଞାନ କୌଶଳରେ ଏହି ପ୍ରତିରକ୍ଷା ପ୍ରଣାଳୀକୁ ବିକଶିତ କରିଛନ୍ତି। ଏହି ଅସ୍ତ୍ରଟିର ମୋଟ ଓଜନ ୧୨୦ କେଜି ଓ ଶତ୍ରୁର ବଙ୍କର, ଯୁଦ୍ଧବିମାନ ଓ ବିମାନଘାଟି ସମେତ ରନୱେକୁ ଧ୍ୱଂସ୍ତ ବିଧ୍ୱଂସ୍ତ କରିପାରୁଛି। ଏହା ସ୍ୱଳ୍ପ ଓଜନର ହୋଇଥିବାରୁ ଏହାକୁ ଉନ୍ନତ ଗାଇଡେଡ ବୋମାରେ ମଧ୍ୟ ପରିଣତ କରାଯାଇପାରୁଛି।

wp:embed {"url":"https://twitter.com/HALHQBLR/status/1352193323478315008","type":"rich","providerNameSlug":"twitter","responsive":true,"className":""}
https://twitter.com/HALHQBLR/status/1352193323478315008
/wp:embed

ଡିଆରଡିଓର ଏହା ଦ୍ୱିତୀୟ ପରୀକ୍ଷଣ। ଗତମାସରେ କ୍ୱିକ୍ ରିଆକ୍ସନ ସରଫେସ ଟୁ ଏୟାର ମିସାଇଲ (କ୍ୟୁଆରଏସଏଏମ) ର ପରୀକ୍ଷଣ କରିଥିଲା। ସେତେବେଳେ ଏହା ମଧ୍ୟ ସଫଳ ହୋଇଥିଲା। ଚୀନ ଓ ପାକିସ୍ତାନ ସହ ଜାରି ଉତ୍ତେଜନା ମଧ୍ୟରେ ଡିଆରଡିଓଙ୍କ ଗୋଟିଏ ପରେ ଗୋଟିଏ ସଫଳତା ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.