ଦରମା ବୃଦ୍ଧି ଦାବିରେ ହାଲ୍ କର୍ମଚାରୀଙ୍କ ଆନ୍ଦୋଳନ

Published By : Prameya-News7 Bureau | October 14, 2019 IST

କୋରାପୁଟ ୧୪/୧୦: ଦରମା ବୃଦ୍ଧି ଦାବିରେ ଆଜିଠାରୁ ଆରମ୍ଭ ହୋଇଛି ହାଲ୍ କର୍ମଚାରୀଙ୍କ ଆନ୍ଦୋଳନ।ସର୍ବ ଭାରତୀୟ ସ୍ତରରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି କୋରାପୁଟ ସୁନାବେଡାସ୍ଥିତ ହାଲର କର୍ମଚାରୀମାନେ।ସ୍ବୀକୃତିପ୍ରାପ୍ତ ବିଜୁ ଏରୋନେଟିକ୍ସ କର୍ମଚାରୀ ସଂଘ ଏହାକୁ ସମର୍ଥନ ଦେଉଛି।

{"id":169880}

ସଂଘ ପକ୍ଷରୁ ଅଭିଯୋଗ ହୋଇଛି ଯେ କଂପାନୀ ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ଦରମା ଭଲ ବଢିଥିବା ବେଳେ ସାଧାରଣ କର୍ମଚାରୀଙ୍କ ଦରମା ଆଶାନୁରୂପେ ବଢିନି।ଆଉ ଏହି ପାତର ଅନ୍ତର ନୀତିକୁ ବିରୋଧ କରି ସର୍ବ ହାଲ ଶ୍ରମିକ ସଂଘ ସମନ୍ବୟ କମିଟି ଏହି ଆନ୍ଦୋଳନ ଡାକରା ଦେଇଛି।ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି କର୍ମଚାରୀମାନେ ଜିଦରେ ଅଟଳ ଥିବାରୁ ଏଠାରେ ଉତ୍ପାଦନ ବାଧା ପାଇବାର ଆଶଙ୍କା ଦେଖା ଦେଇଛି।

{"id":169881}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.