ସଙ୍କଟରେ ହାଲ୍, କର୍ମଚାରୀଙ୍କୁ ଦରମା ଦେବା ପାଇଁ ନେବାକୁ ପଡିଲା ୧ହଜାର କୋଟି ଟଙ୍କାର ଋଣ

Published By : Prameya-News7 Bureau | January 05, 2019 IST

ଦେଶରେ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା ସରକାରୀ କମ୍ପାନୀ ହିନ୍ଦୁସ୍ତାନ ଏରୋମେଟିକ୍ସ ଲିମିଟେଡ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । କମ୍ପାନୀ ପାଇଁ ଏହା ପ୍ରଥମ ଥର ହୋଇଛି ଯେ, ନିଜ କର୍ମଚାରୀଙ୍କ ଦରମା ଭରିବା ପାଇଁ କମ୍ପାନୀକୁ ୧ହଜାର କୋଟି ଟଙ୍କାର ଋଣ ନେବାକୁ ପଡିଛି । କେବଳ ସେତିକି ନୁହେଁ ଅପ୍ରେଲ ଠାରୁ କମ୍ପାନୀର କାର୍ଯ୍ୟକ୍ରମ ଏକ ପ୍ରକାର ଠପ୍ ହୋଇଯାଇଛି । କାରଣ ଭେଣ୍ଡରମାନଙ୍କୁ ଦେବା ପାଇଁ ତାହା ପାଖରେ ପର୍ଯ୍ୟାପ୍ତ ରାଶି ନାହିଁ । 

{"id":70773,"width":584,"height":297}

ଅକ୍ଟୋବର ୧୦ରେ ମିଡିଆ ରିପୋର୍ଟରେ ଏହି ବାବଦରେ ଏକ ଖବର ପ୍ରକାଶ ପାଇଥିଲାଯେ, ଏଚଏଲ ନିକଟରେ ୨୯ହଜାର କର୍ମଚାରୀଙ୍କୁ ଦରମା ଦେବା ପାଇଁ ପର୍ଯ୍ୟାପ୍ତ ଟଙ୍କା ନାହିଁ । କମ୍ପାନୀ ନିକଟରେ କେବଳ କ୍ୟାସ ଇନ ହ୍ୟାଣ୍ଡ ବାବଦରେ ୧ହଜାର କୋଟି ଟଙ୍କା ବଳକା ରାଶି ଥିଲା । 

{"id":70774}

କମ୍ପାନୀର ସିଏମଡି ଆର ମାଧବନ କହିଛନ୍ତି କି, ଆମର କ୍ୟାଶ ଇନ ହ୍ୟାଣ୍ଡ ନେଗେଟିଭ୍ । ଆମକୁ ୧ହଜାର କୋଟି ଟଙ୍କା ଓଭରଡ୍ରାପ୍ଟ ଆକାରରେ ଋଣ ନେବାକୁ ପଡିଲା । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କମ୍ପାନୀକୁ ୬ହଜାର କୋଟି ଟଙ୍କାର କ୍ଷତି ହୋଇଛି । ଯାହାକି ଏଭଳି ପରିସ୍ଥିତି ସୃଷ୍ଟି କରିଛି । ଆମେ ଦୈନିକ କାମ ପାଇଁ ଋଣ ନେଇ ପାରିବୁ । କିନ୍ତୁ ପ୍ରୋଜେକ୍ଟ ସହ ଜଡିତ କ୍ରୟ ପାଇଁ ଋଣ ନେଇ ପାରିବୁ ନାହିଁ । ତେବେ ହାଲ ବର୍ତମାନ ଓଭରଡ୍ରାପ୍ଟ ରୂପରେ କାମ କରୁଛି । କମ୍ପାନୀ ଶଙ୍କଟର ମୁଖ୍ୟ କାରଣ ହେଉଛି କି, ଏପର୍ଯ୍ୟନ୍ତ କମ୍ପାନୀକୁ ବାକିଥିବା ରାଶି ମିଳୁ ନାହିଁ । ଭାରତୀୟ ବାୟୁସେନା ୨୦୧୭ପରଠାରୁ କମ୍ପାନୀକୁ କୌଣସି ପେମେଂଟ ଦେଇ ନାହିଁ ।  

{"id":70775}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.