ଏଥର ହଜ୍ ଯାତ୍ରା କରିପାରିବେ ନାହିଁ ବିଦେଶୀ : କରୋନା ଯୋଗୁଁ ସୀମିତ ଯାତ୍ରୀଙ୍କୁ ଅନୁମତି

Published By : Prameya-News7 Bureau | June 23, 2020 IST

ଆବୁ ଧାବି ୨୩/୦୬ : କରୋନା ଭାଇରସ ମହାମାରୀ ଯୋଗୁଁ ଚଳିତ ବର୍ଷ ସାଉଦି ଆରବ ହଜ୍ ଯାତ୍ରା ପାଇଁ କିଛି ନିୟମ ପରିବର୍ତ୍ତନ କରାଯାଇଛି | ଚଳିତବର୍ଷ କେବଳ ସାଉଦି ଆରବରେ ରହୁଥିବା ଲୋକେ ଯାତ୍ରା କରିପାରିବେ | ବିଦେଶୀ ନାଗରିକଙ୍କୁ ହଜ୍ ଯାତ୍ରା ପାଇଁ ଅନୁମତି ଦିଆଯାଇନାହିଁ | ମିଡ଼ିଆ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ସୀମିତ ସଂଖ୍ୟକ ଲୋକଙ୍କୁ ହଜ୍ ଯାତ୍ରା ପାଇଁ ଅନୁମତି ଦିଆଯିବ | ଗତ ବର୍ଷ ପାଖାପାଖି ୨୫ ଲକ୍ଷ ଲୋକେ ହଜ୍ ଯାତ୍ରା କରିଥିଲେ |

ସାଉଦି ଅଧିକାରୀ କହିଛନ୍ତି ଯେ, ସାମାଜିକ ଦୂରତା ନିୟମକୁ ଦୃଷ୍ଟିରେ ରଖି ଏହିଭଳି ନିଷ୍ପତ୍ତି ନିଆଯାଇଛି | ଚଳିତବର୍ଷ ପାଖାପାଖି ୨୦ ଲକ୍ଷରୁ ଅଧିକ ଲୋକେ ମକ୍କା ମଦିନା ଆସିବେ ବୋଲି ଅନୁମାନ କରାଯାଇଛି | ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ହଜ୍ ଯାତ୍ରା ସମ୍ପୂର୍ଣ ରଦ୍ଦ କରାଯାଇପାରେ ବୋଲି ଆଶଙ୍କା କରାଯାଇଥିଲା |

{"id":290301,"sizeSlug":"large"}

ମୁସଲମାନ ସମ୍ପ୍ରଦାୟରେ ହଜ୍ ଯାତ୍ରାକୁ ବହୁତ ମହତ୍ୱ ଦିଆଯାଇଥାଏ | ହଜ୍ ମାମଲାର ମନ୍ତ୍ରୀ ମହମ୍ମଦ ସାଲେହ ବନ୍ତେନ ଏପ୍ରିଲ ମାସରେ କହିଥିଲେ ଯେ ହଜ୍ ଯାତ୍ରା ପାଇଁ ଜଲଦି ଜଲଦିରେ ଟିକେଟ୍ ବୁକିଙ୍ଗ୍ ନ କରନ୍ତୁ | ଫେବୃଆରୀ ମାସରେ ଓମରାକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା | ଓମରାରେ ହଜ୍ ଭଳି ଏକ ଆୟୋଜନ କରାଯାଇଥାଏ | ସାଉଦି ହଜ୍ ମନ୍ତ୍ରାଳୟ କହିଛନ୍ତି ଯେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ଦେଖି ଏହିଭଳି ନିଷ୍ପତ୍ତି ନିଆଯାଇଛି | ସଂକ୍ରମଣ ରୋକିବା ପାଇଁ ଏହିଭଳି ନିଷ୍ପତ୍ତି ନିଆଯାଇଛି | କାରଣ ଲୋକଙ୍କ ଭିଡରେ ସଂକ୍ରମଣ ବ୍ୟାପିବାର ଅଧିକ ସମ୍ଭାବନା ରହିଛି | ଯେଉଁମାନେ ହଜ୍ ଯାତ୍ରା କରିବେ ତାଙ୍କର ସମ୍ପୂର୍ଣ ସୁରକ୍ଷା ଉପରେ ଦୃଷ୍ଟି ଦିଆଯିବ | ସାମାଜିକ ଦୂରତା ଏବଂ ସ୍ୱଚ୍ଛତା ପାଇଁ ଗାଇଡଲାଇନ ଜାରି କରାଯାଇଛି |   

{"id":290302,"width":582,"height":352,"sizeSlug":"large"}

ସାଉଦି ଆରବରେ ଏବେ ସୁଦ୍ଧା ୧ ଲକ୍ଷ ୬୧ ହଜାର ସଂକ୍ରମଣ ମାମଲା ସାମ୍ନାକୁ ଆସିଛି | ସେଥିରୁ ୧ ଲକ୍ଷ ୫ ହଜାର ସଂକ୍ରମିତ ସୁସ୍ଥ ହୋଇଥିବାବେଳେ ୧୩୦୭ ଜଣଙ୍କ ମୃତ୍ୟୁ ହୋଇଛି | ଗତ ସପ୍ତାହରେ ସାଉଦିରେ ଲକ୍ ଡାଉନ୍ ନିୟମ କୋହଳ କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.