କରୋନା କାରଣରୁ ଏ ବର୍ଷ ବି ବନ୍ଦ ହୋଇପାରେ ହଜ୍ ଯାତ୍ରା : କେନ୍ଦ୍ର ମନ୍ତ୍ରୀ କହିଲେ ସାଉଦି ସରକାର ଯାହା ନେବେ ନିଷ୍ପତ୍ତି

Published By : Prameya-News7 Bureau | June 06, 2021 IST

ନୂଆଦିଲ୍ଲୀ ୬/୬ : କେନ୍ଦ୍ର ମନ୍ତ୍ରୀ ମୁକ୍ତାର ଅବ୍ବାସ ନକଭି କହିଛନ୍ତି ଯେ ହଜ୍ ଯାତ୍ରା ସମ୍ପର୍କରେ ସାଉଦି ଆରବ ଯେଉଁ ନିଷ୍ପତ୍ତି ନେବେ ସେଥିରେ ଆମର ସହମତି । ନକଭି କହିଛନ୍ତି ଯେ ଆମେ ଆମର ସମସ୍ତ ପ୍ରସ୍ତୁତି କରିଛୁ । ଆମେ ହଜ୍ ତୀର୍ଥଯାତ୍ରା ପାଇଁ ଲୋକଙ୍କ ଠାରୁ ଆବେଦନ ମଧ୍ୟ ନେଇଛୁ । ଗତ ବର୍ଷ କରୋନା ମହାମାରୀ ହେତୁ ହଜ୍ ତୀର୍ଥଯାତ୍ରା ହୋଇପାରିଲା ନାହିଁ ।

ସାଉଦି ଆରବ ସରକାର ଘୋଷଣା କରିଛନ୍ତି ଯେ ଚଳିତ ବର୍ଷ ବିଶ୍ୱର କେବଳ ୬୦ ହଜାର ଲୋକ ହଜ୍ କରିପାରିବେ । ସେଥିମଧ୍ୟରୁ ୧୫ ହଜାର ଲୋକ କୋବଳ ସାଉଦି ଆରବର ନାଗରିକ ହେବେ । ଏହାର ଅର୍ଥ ହେଉଛି ଯେ ବିଶ୍ୱର କେବଳ ୪୫ ହଜାର ଲୋକ ଏଥର ହଜ୍ ପାଇଁ ସାଉଦି ଆରବ ଯାଇପାରିବେ । ତଥାପି ଏଥର ଭାରତରୁ ୪୫୦୦ ଲୋକ ହଜ୍ ଯାଇପାରିବେ ବୋଲି ସମ୍ଭାବନା ରହିଛି ।

କରୋନା ପୂର୍ବରୁ ପ୍ରାୟ ୨ ଲକ୍ଷ ଭାରତୀୟ ମୁସଲମାନ ପ୍ରତିବର୍ଷ ହଜକୁ ଯାଉଥିଲେ । କରନୋ କାରଣରୁ ଇଣ୍ଡୋନେସିଆ ଗୁରୁବାର ଘୋଷଣା କରିଛି ଯେ ସେମାନଙ୍କ ଦେଶର ଲୋକମାନେ ଚଳିତ ବର୍ଷ ହଜ୍ ଯାତ୍ରାରେ ଭାଗ ନେବେ ନାହିଁ । ଇଣ୍ଡୋନେସିଆ ହେଉଛି ସେହି ଦେଶ ଯେଉଁଠାରୁ ଅଧିକାଂଶ ଲୋକ ସାଉଦି ଆରବକୁ ପ୍ରତିବର୍ଷ ହଜ୍ କରିବାକୁ ଯାଆନ୍ତି । ତେବେ କରୋନା କାରଣରୁ ସରକାର ଏଥର ମଧ୍ୟ ଏହାକୁ ବାରଣ କରିଛନ୍ତି । ଏପର୍ଯ୍ୟନ୍ତ ସାଉଦି ଆରବ ହଜ୍ ତୀର୍ଥଯାତ୍ରା ସମ୍ପର୍କରେ କୌଣସି ନିର୍ଦ୍ଦେଶନାମା ଜାରି କରି ନାହିଁ । ଏ ପରିସ୍ଥିତିରେ କଣ ହେବ ତା ଉପରେ ରହିଛି ସମସ୍ତଙ୍କ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.