କରୋନା ଭୟ : ବୃଦ୍ଧଙ୍କ ମରଶରୀରକୁ କାନ୍ଧ ଦେଲେନି ପଡୋଶୀ, ସଂସ୍କାର ପାଇଁ କାନ୍ଧ ଦେଲେ ୪ ସାମ୍ବାଦିକ

Published By : Prameya-News7 Bureau | July 23, 2020 IST

ସାନଖେମୁଣ୍ଡି ୨୩।୦୭:  ବୃଦ୍ଧଙ୍କ ମରଶରୀରକୁ କେହି କାନ୍ଧ ଦେଲେନି । ତେବେ ବୃଦ୍ଧଙ୍କ ମରଶରୀରକୁ କାନ୍ଧ ଦେବା ପାଇଁ ଆଗେଇଆସିଲେ କିଛି ସାମ୍ବାଦିକ । ଏଭଳି ଦୁଃଖଦ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଶେରଗଡ଼ ବଡ଼ଦାଣ୍ଡ ସାହିରେ।

ସୂଚନାଯୋଗ୍ୟ ଯେ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପିତାମ୍ବର ପାଢ଼ୀ କିଛି ଦିନ ଧରି ଜ୍ବର କାଶରେ ପୀଡିତ ହୋଇ ନିଜ ବାସଭବନରେ ହିଁ ପ୍ରାଣ ହରାଇଥିଲେ । ତେବେ କରୋନା ସଂକ୍ରମଣ ନେଇ ସ୍ଥାନୀୟ ଲୋକେ ଏତେ ଭୟରେ ଅଛନ୍ତି ଯେ ତାଙ୍କର ମରଶରୀର ସଂସ୍କାର ପାଇଁ କେହି କାନ୍ଧ ଦେଇନଥିଲେ । ଏଣେ ତାଙ୍କ ଦୁଇ ପୁଅ ରାଜ୍ୟ ବାହାରେ ରହୁଥିବାରୁ, ତତ୍‌କ୍ଷଣତ୍‌ ଆସିବା ସମ୍ଭବ ହୋଇ ନଥିଲା । ସାହିପଡିଶା କେହି ବି ହେଲେ କାନ୍ଧ ଦେବା ପାଇଁ ଆସିନଥିଲେ । ଶେଷରେ ମାନବିକତା ଦେଖାଇ ଚାରି ଜଣ ସାମ୍ବାଦିକ କାନ୍ଧ ଦେଇ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ପଠାଇ ଶବ ସଂସ୍କାର କରିଥିଲେ । ପିପିଇ କିଟ୍‌ ପିନ୍ଧି ବୃଦ୍ଧଙ୍କ ମରଶୀରରକୁ କାନ୍ଧ ଦେଇଥିଲେ । ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ପଠାଇ ଶବ ସଂସ୍କାର ମଧ୍ୟ କରିଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.