ହାଜତ ମୃତ୍ୟୁ ମାମଲାରେ ଜୟପୁର ସଦର ଥାନାର ସେଣ୍ଟ୍ରି, ଏଏସଆଇ ସସପେଣ୍ଡ୍, ଓଆଇସିଙ୍କୁ ବଦଳି : ଗଞ୍ଜେଇ ଟ୍ରକ୍ ଡ୍ରାଇଭର ଥାନା ହାଜତରେ ହାରିଥିଲେ ଜୀବନ

Published By : Prameya-News7 Bureau | August 31, 2020 IST

ଜୟପୁର, ୩୧|୦୮: ଜୟପୁର ସଦର ଥାନା ହାଜତ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ଏହି ମାମଲାରେ ଓଆଇସି ଆଦିତ୍ୟ ମହାକୁଡଙ୍କୁ କୋରାପୁଟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।ସେହିପରି ଘଟଣା ଦିନ ସେଣ୍ଟ୍ରି ଦାୟିତ୍ବରେ ଥିବା ଜଗବନ୍ଧୁ ମାଝୀ ଓ ଡିସିଓ ଦାୟିତ୍ବରେ ଥିବା ଏଏସଆଇ ସପନ ସରକାରଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି କୋରାପୁଟ ଏସ୍‌ପି। ଏହି ଘଟଣାର ତଦନ୍ତ ଲକ୍ଷ୍ମୀପୁର ଏସ୍ ଡି ପି ଓ କରିବେ ବୋଲି ଜଣାପଡିଛି ।

ସୂଚନାନୁସାରେ, ଗତ ୨୯ ତାରିଖ ରାତିରେ ଗଂଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗର ରାଜସ୍ଥାନର ଗୋପାଳ ରାମଙ୍କୁ ଜୟପୁର ସଦର ପୋଲିସ ଅଟକ ରଖିଥିଲା ।  ତାଙ୍କ ଠାରୁ ଗୋଟିଏ ଟ୍ରକ ଓ ୮ କ୍ବିଣ୍ଟାଲ ଗଂଜେଇ ଜବତ କରିଥିଲା।କିନ୍ତୁ ସେହିଦିନ ରାତିରେ ସେ ହାଜତ ଭିତରେ  ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆ ଯାଇଛି।ମଙ୍ଗଳବାର ମୃତକଙ୍କ ପରିବାର ଲୋକ ପହଞ୍ଚିବା ପରେ ଶବ ବ୍ୟବଛେଦ କରାଯିବ ବୋଲି କହିଛନ୍ତି ଜୟପୁର ଏସ ଡି ପି ଓ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.