ରାସ୍ତା ଉପରେ ଜଳିଗଲା ହାଇଓ୍ୱା, କାରଣ ଅସ୍ପଷ୍ଟ

Published By : Prameya-News7 Bureau | June 06, 2021 IST

ସମ୍ବଲପୁର, ୦୬/୦୬: ରାସ୍ତା ଉପରେ ଜଳିଲା ହାଇଓ୍ୱା ।   ସମ୍ବଲପୁର-ଦେବଗଡ ଜାତୀୟ ରାଜପଥର ଜୟନ୍ତପୁର ଛକ ନିକଟରେ  ଏକ ହାଇୱାରେ ଲାଗିଛି ନିଆ ।  ତେବେ ନିଆ ଲାଗିବା ଯୋଗୁ ହାଇୱାଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଛି ।

ରବିବାର ହଠାତ ସମ୍ବଲପୁର-ଦେବଗଡ ରାସ୍ତାରେ ଏକ ହାଇଓ୍ୱାରେ ନିଆଁ ଲାଗି ଯାଇଥିଲା । ସୂଚନା ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଁଚି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡ ପାଇଁ ରାସ୍ତାରେ ଗାଡି ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା ।  ସଦର ପୋଲିସ ପହଞ୍ଚି ପରିସ୍ଥିତିକୁ ନିଅନ୍ତ୍ରଣ କରିଥିଲା ।

ଅପରପକ୍ଷରେ କେଉଁ କାରଣରୁ ହାଇୱ।ରେ ନିଆଁ ଲାଗିଲା ସେ ନେଇ କାରଣ ଅସ୍ପଷ୍ଟ ରହିଛି । ସଦର ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.