ସ୍ଥାନୀୟ ପ୍ରଶାସନର ଚଢାଉ : ଧରାପଡ଼ିଲା ଦୀର୍ଘଦିନ ଧରି ଚାଲୁଥିବା ବାଲି ଚୋରାଚାଲାଣ, ୫ ହାଇଓ୍ୱା ଜବତ

Published By : Prameya-News7 Bureau | July 21, 2020 IST

ସାଲେପୁର ୨୧।୦୭: ବେଆଇନ ବାଲି ଚୋରାଚାଲାଣ ବେଳେ ଜିଲ୍ଲା ପ୍ରଶାସନର ଆକ୍ସନ । ଗୋବିନ୍ଦପୁର ଛକ ନିକଟରେ ଚଢାଉ କରି ୫ଟି ହାଇଓ୍ୱା ଜବତ ହୋଇଥିବା ଜଣାପଡିଛି । କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଗୋବିନ୍ଦପୁର ଛକ ନିକଟରେ ଅତିରିକ୍ତ ତହସିଲଦାର ଓ ଜିଲ୍ଲା ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ଼ଙ୍କ ମିଳିତ ଉଦ୍ୟମରେ ଚଢାଉ କରାଯାଇଛି ।  

{"id":303500,"sizeSlug":"large"}

ସୂଚନାଯୋଗ୍ୟ ଯେ, ବିରୂପା ନଦୀ ଘାଟରୁ ହାଇୱା ଯୋଗେ ପ୍ରତିଦିନ ଶହ ବାଲି ଚୋରାଚାଲାଣ କରୁଥିବାର ଅଭିଯୋଗ ହେଉଥିଲା । କିନ୍ତୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ  ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀ ବାଲି ମାଫିଆଙ୍କ ସହ ମଧୁ ଚନ୍ଦ୍ରିକା ଯୋଗୁ ବେଆଇନ୍ ବାଲି ଚୋରାଚାଲାଣକୁ ପଶ୍ରୟ ଦେଉଥିବା ଚର୍ଚ୍ଚା ବିଷୟ  ପାଲଟିଛି।  ତେବେ ଏହି ବେଆଇନ  ବାଲି ଚୋରାଚାଲାଣ ହେଉଥିବାର ଖବର ଜିଲ୍ଲା ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ଼ଙ୍କ ବିଶେଷ ସୂତ୍ରରୁ ଖବର ପାଇଁ ଟାଙ୍ଗୀ ଚୌଦ୍ବାର  ଅତିରିକ୍ତ ତହସିଲଦାର ମିଳିତ ଉଦ୍ୟମରେ ଚଢାଉ କରିଥିଲା । ବିଳମ୍ବିତ ରାତିରେ ଚଢାଉ କରି ଗୋବିନ୍ଦପୁର ଛକ ନିକଟରୁ ୫ଟି ହାଇୱାକୁ ଜବତ କରି ଟାଙ୍ଗୀ ଥାନା ଜିମା ଦେଇଥିବା ଜଣାପଡିଛି।  ଚୋରା ବାଲିଚାଲାଣ ଯୋଗୁଁ  ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିବା ବେଳେ ଜବତ ଗାଡ଼ିରୁ କେତେ ରାଜସ୍ବ ଆଦାୟ ହେଉଛି, ତାହା ଦେଖିବାକୁ ବାକିରହିଲା l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.