ବାରିପଦା ଗୋଳେଇ ଚକ ନିକଟରେ ଡମ୍ପର ଚାପାରେ ମା ମୃତ, ଝିଅ ଗୁରୁତର, ଜ୍ୱାଇଁ ଆହତ

Published By : Prameya-News7 Bureau | October 28, 2018 IST

ବାରିପଦା ୨୮/୧୦ : ବାରିପଦାର ମୂର୍ଗାବାଡି ଗୋଲାଇ ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ମାଙ୍କ ମୃତ୍ୟୁ ହୋଇଥିବାବେଳେ ଝିଅ ଗୁରୁତର ହୋଇଛନ୍ତି | ଜ୍ୱାଇଁ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି | ମୃତକ ହେଲେ ଝାରଖଣ୍ଡ ବାହଡାଗୋଡ଼ା ଥାନା ଅନ୍ତର୍ଗତ ଚଡ଼କମାଲ ଗାଁର ସବିତା ଘୋଷ | ଗୁରୁତର ଝିଅକୁ ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି | ରାସ୍ତା କାମରେ ନିୟୋଜିତ ବେକବନ୍ କମ୍ପାନୀର ହାଇଓ୍ୱା ପିଟି ହୋଇ ଏହି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା | ଏଥିସହ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ନିୟମିତ କମ୍ପାନୀ ଡମ୍ପର ଦୁର୍ଘଟଣା ଘଟାଉ ଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.