ହାଇୱା ଧକ୍କାରେ ଜଣେ ମୃତ : କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ
19/03/2019 at 9:43 AM

ନିଶ୍ଚିନ୍ତକୋଇଲି ୧୯/୩ : କଟକ ଜିଲ୍ଲା ମାହାଙ୍ଗା ପଲ୍ଲୀସାହି ଠାରେ ହାଇୱା ଧକାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧ ହେଲେ ସ୍ଥାନୀୟ ହାଟପଡା ଗାଁର ଧ୍ରୁବ ଚରଣ ସ୍ବାଇଁ । ସକାଳେ ସେ ବଜାରକୁ ଯାଇଥିଲେ | ବଜାରରୁ ଘରକୁ ଫେରୁଥିବା ବେଳେ ତାଙ୍କୁ ଏକ ହାଇୱା ଧକ୍କା ଦେଇଥିଲା | ଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକମାନେ ଡ୍ରାଇଭରକୁ ଅଟକ ରଖି କ୍ଷତିପୂରଣ ଦାବି କରିଥିଲା ବେଳେ ଘଟଣାସ୍ଥଳରେ ପୋଲିସ ପହଁଚି ବୁଝାସୁଝା କରୁଛନ୍ତି।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021