ପାରାଦୀପ ଦୋଛକି ଟାଟା ମୋଟର୍ସ ନିକଟରେ ବାଇକକୁ ଧକ୍କା ଦେଲା ହାଇଓ୍ବା, ୧ ମୃତ, ୧ ଗୁରୁତର

Published By : Prameya-News7 Bureau | April 15, 2019 IST

ପାରାଦୀପ ୧୫/୪ : ପାରାଦୀପ ଦୋଛକି ଟାଟା ମୋଟର୍ସ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି | ଏକ ବାଇକକୁ ଧକ୍କା ଦେଇଛି ହାଇଓ୍ବା | ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଅଛନ୍ତି | ମୃତକ ହେଲେ ସିଓ୍ଵେଜ ସିପିଂ କମ୍ପାନୀର କର୍ମଚାରୀ ସୁବାଷ ସେଠୀ | ସୁବାଷଙ୍କ ଘର ସାଲେପୁର ଅଞ୍ଚଳରେ |

{"id":103644}

ଗୁରୁତର ଜଣକ ହେଲେ ଦୁର୍ଗା ଚରଣ ମହାନ୍ତି | ତାଙ୍କୁ ପ୍ରଥମେ ପାରାଦୀପ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାଂତର କରାଯାଇଛି |

{"id":103643}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.