Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଜଳିଗଲା ଚଳନ୍ତା ହାଇଓ୍ବା : ସର୍ଟ ସର୍କିଟ୍ ସନ୍ଦେହ

23/09/2019 at 5:23 PM

କେନ୍ଦୁଝର ୨୩/୯: ୫୨୦ ନଂ ଜାତୀୟ ରାଜପଥରେ ଆଜି ଏକ ଚଳନ୍ତା ହାଇଓ୍ବା ଟ୍ରକରେ ନିଆଁ ଲାଗିବା ଫଳରେ ଗାଡ଼ିର ଅଗ୍ରଭାଗ ସଂପୂର୍ଣ୍ଣ ଜଳିଯାଇଛି । କେନ୍ଦୁଝର ରୁଗୁଡ଼ି ଥାନା ଅନ୍ତର୍ଗତ ବାରବାଙ୍କ ଘାଟି ରାସ୍ତାରେ ଏହି ଅଘଟଣ ଘଟିଛି ।

ହାଇଓ୍ବା ଟ୍ରକ୍ ନଂ ଓଆର ୧୫ଏନ୍ ୮୭୦୫ ରୁଗୁଡ଼ି ପଟୁ ଭଦ୍ରାସାହି ଆଡ଼କୁ ଆସୁଥିବାବେଳେ ହଠାତ୍ ଚଳନ୍ତା ଗାଡ଼ିରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଜାଣିପାରି ହାଇଓ୍ବା ଡ୍ରାଇଭର ଗାଡ଼ିକୁ ରାସ୍ତା ଉପରେ ଛିଡ଼ା କରି ଓହ୍ଲାଇପଡ଼ିଥିଲେ । ତେବେ ସଂଗେସଂଗେ ହୁତୁହୁତୁ ହୋଇ ଗାଡ଼ିଟି ଜଳିବାକୁ ଲାଗିଥିଲା । ଏନେଇ ବଡ଼ବିଲ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଦମକଳ ପହଁଚି ନିଆଁକୁ ଆୟତ୍ତ କରିଥିଲା । ତେବେ ସେତେବେଳକୁ କ୍ୟାବିନ୍ ପୁରା ପୋଡ଼ଯାଇଥିଲା । ସର୍ଟ ସର୍କିଟ୍ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି । 

   Related Posts