Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ହାଇତି ରାଷ୍ଟ୍ରପତି ଜୋଭେନଲ ମୋଇସଙ୍କୁ ହତ୍ୟା, ଆତତାୟୀଙ୍କ ଗୁଳିରୁ ଅଳ୍ପକେ ବର୍ତ୍ତିଲେ First lady

7/07/2021 at 5:20 PM

ପୋର୍ଟ-ଆଉ-ପ୍ରିନ୍ସ ୭।୭: କାରବିୟ ରାଷ୍ଟ୍ର ହାଇତିରେ ରାଷ୍ଟ୍ରପତି ଜୋଭେନଲ ମୋଇସ୍‌ଙ୍କୁ ହତ୍ୟା କରାଯାଇଛି। ଅନ୍ତରିଣ ପ୍ରଧାନମନ୍ତ୍ରୀ କ୍ଲାଉଡ ଜୋସେଫ ବୁଧବାର ଏହି ସୂଚନା ଦେଇଛନ୍ତି। ରାଷ୍ଟ୍ରପତିଙ୍କୁ ତାଙ୍କ ଘରୋଇ ବାସଭବନରେ ହତ୍ୟା କରାଯାଇଛି। ଅଜ୍ଞାତ ଆତତାୟୀ ହାଇତି ରାଷ୍ଟ୍ରପତି ଭବନରେ ପଶି ବୁଧବାର ସକାଳେ ଏହି କାଣ୍ଡ ଭିଆଇଛନ୍ତି। ଏଥିରେ ସେମାନେ ଦେଶର ପ୍ରଥମ ମହିଳାଙ୍କୁ ମଧ୍ୟ ଛାଡି ନାହାନ୍ତି। ତେବେ ଏହି ଆକ୍ରମଣରେ ଫାଷ୍ଟ ଲେଡିଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିବା ଜୋସେଫ କହିଛନ୍ତି।

ରାଷ୍ଟ୍ରପତିଙ୍କ ହତ୍ୟା ନେଇ ପ୍ରଧାନମନ୍ତ୍ରୀ କ୍ଲାଉଡ ଜୋସେଫ ପ୍ରଥମେ ସାରା ବିଶ୍ୱକୁ ସୂଚିତ କରିଛନ୍ତି। ଏଥିରେ ଫାଷ୍ଟ ଲେଡିଙ୍କୁ ମଧ୍ୟ ଗୁଳି କରାଯାଇଥିବା ଓ ଅଳ୍ପକେ ତାଙ୍କ ଜୀବନ ରକ୍ଷା ହୋଇଯାଇଥିବା ଜୋସେଫ କହିଛନ୍ତି। ହତ୍ୟାକାଣ୍ଡକୁ ପ୍ରଧାନମନ୍ତ୍ରୀ ଏକ ଘୃଣ୍ୟ ଓ ଅମାନବୀ କାର୍ଯ୍ୟ ବୋଲି କହିଛନ୍ତି। ତେବେ ଦେସବାସୀ ଉପୁଜିଥିବା ପରିସ୍ଥିତିରେ ସଂଜମତା ଅବଲମ୍ବନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ଦେଶର ସୁରକ୍ଷା ଲାଗି ସରକାର ସବୁ ପ୍ରକାର ଉପାୟ କରୁଥିବା ସେ କହିଛନ୍ତି। ଏଥିରେ ଗଣତନ୍ତ୍ରର ନିଶ୍ଚିତ ବିଜୟ ହେବ ବୋଲି ସେ କହିଛନ୍ତି।

ମ୍ୟାଁମାର ଭଳି ଗତ ଫେବୃଆରୀରେ ହାଇତିରେ ମଧ୍ୟ ଶାସନ ଦଖଲ ଲାଗି ଉଦ୍ୟମ ହୋଇଥିଲା। ତେବେ ରାଷ୍ଟ୍ରପତିଙ୍କୁ ଏହାର ସୂଚନା ମିଳିବାମାତ୍ରେ କାର୍ଯ୍ୟାନୁଷ୍ଠାନ କରାଯାଇଥିବା ବେଳେ ପୋଲିସ ୨୦ରୁ ଅଧିକ ଲୋକଙ୍କୁ ଗିରଫ କରିଥିଲା। ସେମାନେ ରାଷ୍ଟ୍ରପତିହ୍କ ହତ୍ୟା ସହ ଶାସନ ଦଖଲ ଲାଗି ଯୋଜନାରେ ଥିଲେ। ତେବେ ସବୁଠୁ ଉଲ୍ଲେଖନୀୟ କଥା ହେଉଛି ଗିରଫ ଲୋକଙ୍କ ମଧ୍ୟରେ ସୁପ୍ରିମକୋର୍ଟର ଜଣେ ଜଜ୍ ମଧ୍ୟ ଥିଲେ। ଜଜ୍‌ଙ୍କୁ ବିରୋଧୀ ଦଳ ନେତା ମଧ୍ୟ ସମର୍ଥନ କରୁଥିଲେ।

   Related Posts