Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ସାମନ୍ଥାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରୀତମ, କହିଲେ ‘ମୁଁ ତାଙ୍କୁ ଭଉଣୀ ଡାକେ’…

13/10/2021 at 3:28 PM

ମୁମ୍ବାଇ ୧୩/୧୦ : ସାଉଥ ଇଣ୍ଡଷ୍ଟ୍ରୀର ବହୁ ଚର୍ଚ୍ଚିତ ଯୋଡ଼ି ସାମନ୍ଥା ଏବଂ ନାଗା ଚୈତନ୍ୟ ବର୍ତ୍ତମାନ ଅଲଗା ହୋଇ ସାରିଛନ୍ତି। ଉଭୟଙ୍କ ମଧ୍ୟରେ ଛାଡପତ୍ର ମଧ୍ୟ ହୋଇଛ ସାରିଛି । ହେଲେ ଦୁହିଁଙ୍କୁ ନେଇ ଏପର୍ଯ୍ୟନ୍ତ ଚର୍ଚ୍ଚା ଥମିବାର ନାଁ ଧରୁନି । ଛାଡ଼ପତ୍ରକୁ – ନେଇ ଗଣମାଧ୍ୟମରେ କଳ୍ପନାଜଳ୍ପନା ବା ଲାଗି ରହିଛି । ଏହାରି ମଧ୍ୟରେ ସାମନ୍ଥାଙ୍କ ପୂର୍ବ ହେୟାର ଷ୍ଟାଇଲିଷ୍ଟ ପ୍ରୀତମ୍ ଜୁକଲକରଙ୍କ ସହିତ ସମ୍ପର୍କ ଥିବାରୁ ଏହି ଛାଡ଼ପତ୍ର ହୋଇଛି ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି । ଏହା ବର୍ତ୍ତମାନ ସୋସିଆଲ ମିଡିଅରେ ଭାଇରାଲ ହେବାରେ ଲାଗିଛି । ଏବେ ଏନେଇ ମୁହଁ ଖୋଲିଛନ୍ତି ହେୟାର ଷ୍ଟାଇଲିଷ୍ଟ ପ୍ରୀତମ୍ ।

ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଯୋଗୁଁ ନାଗା ଚୈତନ୍ୟ ଓ ସାମନ୍ଥା ଅଲଗା ହୋଇଗଲେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି । ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରୀତମ୍ କହିଥିଲେ ଯେ, ସମସ୍ତେ ଜାଣନ୍ତି ମୁଁ ସାମନ୍ଥାଙ୍କୁ ‘ଜିଜି’ ବୋଲି ଡାକେ।  ଆମ ଭାରତୀୟ ପରମ୍ପରାରେ ଭଉଣୀ ପାଇଁ ଏହା ଏକ ଉପଯୁକ୍ତ ଶବ୍ଦ ଅଟେ । ସେତେବେଳେ ମୋ ସହିତ ତାଙ୍କ ପ୍ରେମ ସମ୍ପର୍କ କଥା କେଉଁଠୁ ଉଠୁଛି । ନାଗାଙ୍କର ଗୋଟିଏ ବୟାନ ଏଭଳି ଗୁଜବକୁ ଚୁପ୍ କରି ଦେଇପାରେ । କାରଣ ନାଗା ଚୈତନ୍ୟ, ସାମନ୍ଥା ଓ ତାଙ୍କ ଭିତରର ସମ୍ପର୍କକୁ ଜାଣନ୍ତି । ଏହାସହିତ ଏଭଳି ଏକ ସ୍ଥିତିରେ ସେ ସାମନ୍ଥାଙ୍କ ସହିତ ଅଛନ୍ତି ବୋଲି ପ୍ରୀତମ୍ କହିଛନ୍ତି। ଏଭଳି ବୟାନ ଯୋଗୁଁ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ବୋଲି କହିଛନ୍ତି। ନାଗା ଓ ସାମନ୍ଥାଙ୍କ ଛାଡ଼ପତ୍ର ପରେ ପ୍ରୀତମ୍ ସହିତ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।

   Related Posts