କେଶ ଧଳା ହେଉଛି କି? କଳା କରିବା ସହ ଅନ୍ୟାନ୍ୟ ଫାଇଦା ପାଇଁ କରନ୍ତୁ ଏହି ଉପଚାର

Published By : Prameya-News7 Bureau | July 12, 2019 IST

ଅଧିକ କାମ କରିଲେ ଓ ଖାଇବା ପିଇବାର ଧ୍ୟାନ ନରଖିଲେ ଶାରୀରିକ ଦୁର୍ବଳତା ଅନୁଭବ ହୋଇଥାଏ। ଏହା ଦୂର କରିବା ପାଇଁ ଦେଶୀ ଘିଅ ଖୁବ ଲାଭଦାୟକ ହୋଇଥାଏ। ଦେଶୀ ଘିଅ ନାଭିରେ ଲଗାଇଲେ ଶରୀର ମଜବୁତ ହେବା ସହ ସ୍କିନ୍‌ ରୋଗ ମଧ୍ୟ ନିୟନ୍ତ୍ରଣ ହୋଇଥାଏ।

୧- କେଶ ଝଡିବା ବା ଧଳା ହେବା ସମସ୍ୟା ଥିଲେ ଦେଶୀ ଘିଅରେ ଶିକାକାଇ ପାଉଡର ମିଶାଇ କେଶରେ ଲଗାଇବା ଉଚିତ୍‌। ଫଳରେ କେଶ ଗହଳ ହୋବା ସହ କଳା ହେବ।

୨- ଯେଉଁ ମାନଙ୍କୁ ଆର୍ଥରାଇଟିସ୍‌ ରୋଗ ଥିବ ସେମାନେ ରାତିରେ ଶୋଇବା ପୂର୍ବରୁ ନାଭିରେ ଦେଶି ଘିଅ ଲଗାଇ ମାଲିଶ କରିଲେ ହାଡ ମଜବୁତ ହୋଇଥାଏ। ଫଳରେ ହାଡ ଯନ୍ତ୍ରଣାରୁ ରକ୍ଷା ପାଇବେ।

{"id":132910}

୩- ତ୍ବଚା ଅଧିକ ଡ୍ରାଏ ଥିଲେ ଘିଅ ସହ ଗ୍ଲିସରିନ୍‌ ମିଶାଇ ନାଭିରେ ଲଗାଇଲେ ଚେହେରା ପାଇଁ ଲାଭଦାୟକ ହୋଇଥାଏ।

୪- ଘିୟରେ ଥିବା ଫ୍ୟାଟି ଏସିଡ୍‌ ତ୍ବଚାକୁ ହାଇଡ୍ରେଟ କରିବାରେ ସହଯୋଗ କରିଥାଏ। ଦେଶି ଘିଅ ଆଖି ତଳେ ଲଗାଇଲେ ଡାର୍କ ସକର୍ଲ୍‌ ଦୂର ହୋଇଥାଏ।  

୫- ଆୟୁର୍ବେଦ ଅନୁସାରେ ନାଭିରେ ଦେଶୀ ଘିଅ ମାଲିଶ କରିଲେ ଶରୀର ଦୁର୍ବଳ ହୁଏ ନାହିଁ। କାରଣ ଘିଅରେ ଥିବା ପୋଷ୍ଟିକ ତତ୍ତ୍ବ ଶରୀର ପାଇଁ ଲାଭଦାୟକ ହୋଇଥାଏ।  

୬- ଭୃଲତା କେଶ ଗହଳ କରିବା ପାଇଁ ରାତିରେ ଘିଅ ଆଖିର ଉପର ଅଂଶରେ ଲଗାଇବା ଉଚିତ୍‌। ଏହି ଉପଚାର ୭ ଦିନ ଯାଏଁ ଲଗାତାର କରିଲେ ଭୃଲତା କେଶ ବଢିବ।

୭- ଦେଶୀ ଘିୟରେ ଆଣ୍ଟିଏଜିଂ ତତ୍ତ୍ବ ଥାଏ ଯାହା ନାଭିରେ ପକାଇ ମାଲିଶ କରିଲେ ପ୍ରକୃତ ବୟସରୁ କମ ବର୍ଷ ଦେଖାଯିବାରେ ସହଯୋଗ କରିଥାଏ।

୮- ଦେଶୀ ଘିଅରେ ଲେମ୍ବୁ ମିଶାଇ ତ୍ବଚାରେ ଲଗାଇଲେ ସ୍କିନ୍‌ରୁ ଦାଗ ଦୂର ହୋଇଥାଏ। ଏହା ତ୍ବଚାକୁ ଗୋରା କରିବେରେ ସାହାଯ୍ୟ କରେ।

୯- ଥଣ୍ଡା ଜ୍ବର ହେବାର ସମସ୍ୟା ଥିଲେ ନାଭିରେ ଦେଶୀ ଘିଅ ମାଲିଶ କରିବା ଜରୁରୀ।

wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.