Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

କନଫ୍ୟୁଜ୍ ହୁଅନ୍ତୁନି: ଏବେ ଖୋଲିବ ନାହିଁ ସେଲୁନ, ବନ୍ଦ ରହିବ ମଦ ଦୋକାନ ଓ ରେଷ୍ଟୁରାଣ୍ଟ

25/04/2020 at 3:12 PM

ନୂଆଦିଲ୍ଲୀ ୨୫।୦୪: କରୋନା ଭାଇରସ୍ ଲକ୍‌ଡାଉନ୍‌ ମଧ୍ୟରେ ଦୋକାନ ଖୋଲିବା ନେଇ ସଭିଙ୍କ ମନରେ ଦ୍ଵନ୍ଦ୍ଵ ରହିଛି। ଏବେ କେଉଁ କେଉଁ ଦୋକାନ ଖୋଲିବ ଏବଂ ବନ୍ଦ ରହିବା ତାକୁ ନେଇ ଦ୍ଵନ୍ଦାତ୍ମକ ସ୍ଥିତି ଉପୁଜିଛି। ଏବେ ସରକାର ଏହି ଦ୍ଵନ୍ଦାତ୍ମକ ସ୍ଥିତି ଦୂର କରିବାକୁ ଚେଷ୍ଟା କରିଛନ୍ତି। ଫଳରେ ସେଲୁନ, ପାର୍ଲର ଓ ମଦ ଦୋକାନ ଖୋଲିବାକୁ ଅପେକ୍ଷା କରିବାକୁ ଲୋକଙ୍କୁ ନିରାଶ ହେବାକୁ ପଡିଛି। ସରକାର ସ୍ପଷ୍ଟ କରିଛନ୍ତି ଯେ, ସେଲୁନ, ପାର୍ଲର ଓ ମଦ ଦୋକାନ ଖୋଲିବାକୁ ମଞ୍ଜୁରୀ ଦିଆଯାଇ ନାହିଁ। ପୂର୍ବବତ ଏହି ଦୋକାନଗୁଡିକ ବନ୍ଦ ରହିବ।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତ୍ରିରେ ସରକାର ଦୋକାନ ଖୋଲିବା ନେଇ ନିର୍ଦ୍ଦେଶାନାମା ଜାରି କରିଥିଲେ। ସେଥିରେ କୁହାଯାଇଛି ଯେ, ହଟ୍‌ସ୍ପଟ୍‌ ଛାଡି ବାକି ସ୍ଥାନରେ ସବୁ ପ୍ରକାରର ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ଦୋକାନଗୁଡିକ ପ୍ରଶାସନ ଦ୍ଵାରା ପଞ୍ଜିକୃତ ହୋଇଥିବା ଦରକାର। ହଟ୍‌ସ୍ପଟ୍‌ ଏବଂ କଣ୍ଟେନମେଣ୍ଟ ଅଞ୍ଚଳ ପାଇଁ କୌଣସି ପ୍ରକାରର କୋହଳ କରାଯାଇ ନାହିଁ। ବାକି ଅନ୍ୟ ଅଞ୍ଚଳରେ ବାକି ସମସ୍ତ ପ୍ରକାରର ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି।

ସେଲୁନ ଖୋଲିବା ଉପରେ ଉଲ୍ଲେଖ କରି ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି ଯେ, ସେଲୁନ ଓ ବ୍ୟୁଟି ପାର୍ଲର ଖୋଲିବାକୁ ଅନୁମତି ଦିଆଯାଇ ନାହିଁ। ଆମର ଆଦେଶ ସେହି ଦୋକାନଙ୍କ ଉପରେ ଲାଗୁ ହେଉଛି, ଯେଉଁ ଦୋକାନ ସେଲୁନ ଓ ବ୍ୟୁଟି ପାର୍ଲର ଜଡିତ ସାମଗ୍ରୀ ବିକ୍ରି କରୁଥିବେ। ସେଲୁନ ଓ ବ୍ୟୁଟିପ ପାର୍ଲର ଖୋଲିବାକୁ ବର୍ତ୍ତମାନ ଆଦେଶ ଦିଆଯାଇ ନାହିଁ। ସେ କହିଛନ୍ତି ରେସ୍ତୋରାଁ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ।

ଗ୍ରାମାଞ୍ଚଳରେ ସବୁ ଦୋକାନ ଖୋଲା ରହିବ

ସ୍ପଷ୍ଟୀକରଣରେ ଗୃହ ମନ୍ତ୍ରଣାଳୟ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ସବୁ ଦୋକାନ ଖୋଲା ରହିବ ମାତ୍ର ମଲ୍ ଗୁଡିକୁ ଅନୁମତି ଦିଆଯାଇ ନାହିଁ।

ସହରାଞ୍ଚଳରେ ଏହି ସବୁ ଦୋକାନ ଖୋଲା ରହିବ

ସହରାଞ୍ଚଳରେ ସମସ୍ତ ଏକଛାଟିଆ ଦୋକାନା, ଜନବହୁଳ ଅଞ୍ଚଳର ନିକଟସ୍ଥ ଦୋକାନ ଓ ଆବାସକୀୟ କମ୍ପ୍ଲେକ୍ସ ଭିତରେ ସ୍ଥିତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ। ସପିଂ ମାର୍କେଟ୍, ମାର୍କେଟ୍ କମ୍ପ୍ଲେକ୍ସ ଓ ସପିଂ ମଲ୍ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ। ହଟ୍‌ସ୍ପଟ୍ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ବାଦ୍‌ ଆଉ କୌଣସି ଦୋକାନ ଖୋଲିବ ନାହିଁ।

ଖୋଲିବ ନାହିଁ ମଦ ଦୋକାନ

ନିଜର ସ୍ପଷ୍ଟୀକରଣରେ ଗୃହ ମନ୍ତ୍ରଣାଳୟ କହିଛି ଯେ, ମଦ ଦୋକାନ ଓ ଏହି ଧରଣର ସାମଗ୍ରୀ ବିକୁଥିବା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ।

ଇକମର୍ସ ଉପରେ କଣ ରହିଛି ନିୟମ

ଇ-କମର୍ସ କମ୍ପାନୀ ଏବେ ମଧ୍ୟ ଜରୁରୀ ଅନାବଶ୍ୟକ ସାମଗ୍ରୀ ଡେଲିଭରି କରି ପାରିବେ ନାହିଁ। ସେମାନେ କେବଳ ଜରୁରୀ ସାମଗ୍ରୀ ହିଁ ଡେଲିଭରି କରି ପାରିବେ।

   Related Posts