କୋଭିଡ ପାର୍ଶ୍ୱ ପ୍ରତିକ୍ରିୟା: ସଂକ୍ରମଣରୁ ସୁସ୍ଥ ଲୋକଙ୍କ ମୁଣ୍ଡରୁ ଝଡୁଛି ଚୁଟି

Published By : Prameya-News7 Bureau | September 27, 2020 IST

ପାମ ବୁଲକ୍ : କରୋନା ଭାଇରସ ମହାମାରୀ ସଂକ୍ରମିତ ଲୋକଙ୍କ ଆଭ୍ୟନ୍ତରିଣ ଅଙ୍ଗକୁ ପ୍ରଭାବିତ କରୁଥିବାର ଏପର୍ଯ୍ୟନ୍ତ କୁହାଯାଉଥିଲା। ତେବେ ଆମେରିକାରେ ଏହି ଭୂତାଣୁ ସଂକ୍ରମଣରି ମୁକ୍ତ ହୋଇଥିବା ଲୋକଙ୍କ ମୁଣ୍ଡରୁ ଚୁଟି ଝଡୁଥିବାର ଜଣାପଡିଛି।  ସଂକ୍ରମଣରୁ ସୁସ୍ଥ ହେବା ପରେ ମୁଣ୍ଡରୁ ଚୁଟି ଝଡିଯାଉଥିବାରୁ ଲୋକେ ଡାକ୍ତରଙ୍କ ପାଖକୁ ଆସୁଥିବା ଜଣାପଡିଛି। ଏବେ ଏଭଳି ଲୋକଙ୍କ ସଂଖ୍ୟା ବଢୁଥିବାର ଡାକ୍ତର କହିଛନ୍ତି।

{"id":335444,"sizeSlug":"large"}

ତେବେ କେବଳ କୋଭିଡ ଆକ୍ରାନ୍ତ ନୁହନ୍ତି ସାଧାରଣ ଲୋକଙ୍କ ଠାରେ ମଧ୍ୟ ଏବେ ଏହି ସମସ୍ୟା ଦେଖାଦେଇଛି। ଯେଉଁମାନେ ଏପର୍ଯ୍ୟନ୍ତ ସଂକ୍ରମିତ ହୋଇ ନାହାନ୍ତି ସେମାନେ ମଧ୍ୟ ଏଭଳି ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି। ତେବେ ଏଭଳି ଅଭିଯୋଗ କରୁଥିବା ଅଣ ସଂକ୍ରମିତ ଦୁଃଶ୍ଚିନ୍ତା ଯୋଗୁ ଚୁଟି ଝଡିବା ସମସ୍ୟାରେ ପଡିଥାଇପାରନ୍ତି ବୋଲି ଡାକ୍ତର ଅନୁମାନ କରୁଛନ୍ତି। 

{"id":335446,"sizeSlug":"large"}

କୋଭିଡ-୧୯ ଯୋଗୁ ଆମେରିକା ଗୁରୁତର ପ୍ରଭାବିତ ହୋଇଛି। ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଲୋକେ ଚାକିରୀ ହରାଇ ରାସ୍ତାକୁ  ଚାଲିଆସିଛନ୍ତି। ଏଣୁ ଚାକିରୀ ଚିନ୍ତା, ସମ୍ପର୍କୀୟଙ୍କ ମୃତ୍ୟୁ ଓ ଅନ୍ୟ ସମ୍ବଦ୍ଧିତ ଚିନ୍ତାରେ ରହୁଥିବାରୁ ଲୋକଙ୍କ ଚୁଟି ଝଡୁଛି ବୋଲି ଡାକ୍ତର ଆଶଙ୍କା କରୁଛନ୍ତି।

{"id":335447,"sizeSlug":"large"}

କ୍ଲିଭଲ୍ୟାଣ୍ଡ କ୍ଲିନିକରେ ଡର୍ମିଟୋଲଜି ଆସୋସିଏଟ ପ୍ରଫେସର ଡା.ଶିଳ୍ପୀ କ୍ଷେତ୍ରପାଲ ଏହି ମହାମାରୀ ଆଖପାଖରେ ଅନେକ ପ୍ରକାର ଦୁଶ୍ଚିନ୍ତା ଘୁରି ବୁଲୁଥିବା କହିଛନ୍ତି। ଏଣୁ ଲୋକେ ଚୁଟି ଝଡିବା ସମସ୍ୟାରେ ପଡିଛନ୍ତି। ସେ ସପ୍ତାହକୁ ପ୍ରାୟ ଏପରି ୨୦ ଜଣରୁ ଅଧିକ ଲୋକଙ୍କୁ ଦେଖୁଥିବା କହିଛନ୍ତି। ତେବେ ଏହି ସମସ୍ୟା ସାମୟିକ ଓ ଦୁଃଶ୍ଚିନ୍ତା ଦୂର ହେବା ସହ ଲୋକେ ଚୁଟି ଝଡିବା ସମସ୍ୟାରୁ ମଧ୍ୟ ମୁକ୍ତ ହୋଇଯିବେ। ସେହିପରି ସଂକ୍ରମଣରୁ ମୁକ୍ତ ହେବା ପରେ ଯେଉଁମାନଙ୍କର ଚୁଟି ଝଡୁଛି ତାହା ମଧ୍ୟ ଦୁର୍ବଳତା ଦୂର ହେବା ପରେ ସ୍ୱଭାବିକ ହୋଇଯିବ ବୋଲି ବୋଲି ଡାକ୍ତର କହୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.