ଶୀତଦିନରେ ରୁକ୍ଷ ବାଳ ପାଇଁ ହଇରାଣ ହେଉଛନ୍ତି କି : ଜାଣନ୍ତୁ କିପରି ରଖିବେ ଧ୍ୟାନ

Published By : Prameya-News7 Bureau | November 24, 2018 IST

ଭୁବନେଶ୍ବର ୨୪/୧୧: ଶୀତଦିନେ ଚୁଟିର ଯତ୍ନ ନେବା ଅତ୍ୟନ୍ତ ଜରୁରୀ କାରଣ ଅତ୍ୟଧିକ ଥଣ୍ଡା କାରଣରୁ ବାଳଗୁଡ଼ିକ ରୁକ୍ଷ ହୋଇଯାଇଥାଏ। ଶୀତଦିନେ ବାଳର ଯତ୍ନ ନେବା ପାଇଁ କେତେକ ସହଜ ଉପାୟ ବିଷୟରେ ଆମେ ଜାଣିବା: ୧.ତେଲ ଲଗାଇ ମସାଜ କରନ୍ତୁ: ସପ୍ତାହକୁ ଥରେ ଗରମ ନଡ଼ିଆ ତେଲ କିମ୍ବା ବାଦାମ ତେଲ ଚୁଟିର ମୂଳରେ ମସାଜ କରନ୍ତୁ। ଏହା ଦ୍ବାରା ରକ୍ତ ପ୍ରବାହିତ ହେବ। ଚୁଟିର ରୁକ୍ଷତା ଦୂର ହେବ ଏବଂ ବାଳ ସୁସ୍ଥ ରହିବ। ୨.ଟ୍ରିମିଙ୍ଗ୍ : ଶୀତଦିନେ ବାଳର ଟ୍ରିମିଙ୍ଗ୍ କଲେ ବାଳ ଭଲ ରୁହେ। ଥଣ୍ଡା ପବନ ବାଳକୁ ରୁକ୍ଷ କରିଥାଏ ବାଳ ଝଡ଼ିବାର ସମସ୍ୟା ଦେଖାଯାଇଥାଏ। ଟ୍ରିମିଙ୍ଗ୍ କରିବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ୩.କଣ୍ଡିସନିଙ୍ଗ୍: ଶୀତଦିନେ ବାଳକୁ ଭଲଭାବେ କଣ୍ଡିସନିଙ୍ଗ୍ କଲେ ବାଳ ଭଲ ରୁହେ। ୪.ସବୁଦିନ ଶାମ୍ପୁ କରନ୍ତୁନାହିଁ: ଶୀତଦିନେ ସବୁଦିନ ଶାମ୍ପୁ କରନ୍ତୁ ନାହିଁ। ଏହାଦ୍ବାରା ବାଳର ମୂଳରେ ଥିବା ନାଚୁରାଲ ଅୟେଲ୍ ଧୋଇ ହୋଇଯାଇଥାଏ। ଫଳରେ ବାଳ ରୁକ୍ଷ ହୋଇଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.