ପାଟଣା ଅଞ୍ଚଳରେ କୁଆ ପଥର ବର୍ଷା, ତାତି ରୁ ମିଳିଲା ଆଶ୍ୱସ୍ତି

Published By : Prameya-News7 Bureau | April 29, 2021 IST

ପାଟଣା ୨୯/୦୪ : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ଗୁରୁବାର ଅପରାହ୍ନରେ କାଳ ବୈଶାଖୀ ପ୍ରଭାବ ରେ କୁଆପଥର ସହ ବର୍ଷା ହୋଇଛି । ବିଶେଷ କରି କେନ୍ଦେଇପଶି ,ପାଟଣା ଓ ତୁରୁମୁଙ୍ଗା ଅଞ୍ଚଳରେ ବର୍ଷା ଅପେକ୍ଷା କୁଆ ପଥର ବର୍ଷା ପ୍ରବଳ ମାତ୍ରାରେ ହୋଇଥିବା ଜଣାପଡିଛି । କୁଆ ପଥର ମାଡ଼ରେ ଅନେକ ଅଞ୍ଚଳରେ ଆଜବେଷ୍ଟସ୍ ଭାଙ୍ଗି ଥିବା ଦେଖାଦେଇଛି । ଦୀର୍ଘଦିନ ଧରି ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା । କାଳ ବୈଶାଖୀ ପ୍ରଭାବ ରେ ବର୍ଷା ଯୋଗୁଁ ତାତି ରୁ ଆଶ୍ୱସ୍ତି ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.