Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବେଓ୍ବର୍ଲୀ ହିଲ୍ସରେ ନଜର ଆସିଲେ ହଲିଉଡ୍‌ର ଷ୍ଟାର ଗାୟକ ଜଷ୍ଟିନ୍ ବିବରଙ୍କ ପତ୍ନୀ ହୈଲି, ଷ୍ଟାଇଲିସ୍ ଅନ୍ଦାଜରେ ପ୍ରଶଂସକଙ୍କୁ କଲେ ପ୍ରଭାବିତ

30/01/2021 at 4:56 PM

ମୁମ୍ବାଇ ୩୦/୦୧ : ହଲିଉଡ୍ ଷ୍ଟାର ଜଷ୍ଟିନ୍ ବିବରଙ୍କ ପତ୍ନୀ ହୈଲି ବିବର ନିଜର ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହୈଲି ଯେତେବେଳେ ବି ଘରୁ ବାହାରିଥାନ୍ତି ମିଡିଆ ନଜରରୁ ବଞ୍ଚି ପାରିନଥାନ୍ତି । ନିକଟରେ ହୈଲିଙ୍କୁ ବେଓ୍ବର୍ଲୀ ହିଲ୍ସରେ ଦେଖିବାକୁ ମିଳିଥିଲା । ଯାହାର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାର ଲାଗିଛି ।

ଫଟୋରେ ହୈଲି ଏକ କଳା ରଙ୍ଗର କ୍ରପ୍ ଟପ୍ ଏବଂ ଧଳା ଟ୍ରାଉଜର ପିନ୍ଧିଥିବାର ନଜରକୁ ଆସିଛନ୍ତି ।  ଯାହାକୁ କ୍ରିମ୍ କଲର ଲଙ୍ଗ କୋର୍ଟରେ ଟିମ୍-ଅପ୍ କରିଛନ୍ତି । ଏଥିସହିତ ହୈଲି ଏକ ଧଳା ରଙ୍ଗର ଜୋତା ପିନ୍ଧିଛନ୍ତି । ଓପନ୍ ହେୟାର, ଶେଡ୍ସ ଏବଂ ମାସ୍କରେ ନିଆରା ଅନ୍ଦାଜରେ ନଜର ଆସିଛନ୍ତି ହୈଲି ବିବର । ଫ୍ୟାନ୍ସମାନେ ଏହି ଫଟୋକୁ ଖୁବ୍ ପସନ୍ଦ କରୁଛନ୍ତି ଏବଂ ସୋସିଆଲ ମିଡିଆରେ ମଧ୍ୟ ଏହା ବେଶ୍‌ ଭାଇରାଲ ହେବାରେ ଲାଗିଛି ।

ହଲିଉଡ୍‌ର ଷ୍ଟାର ସିଙ୍ଗର ଜଷ୍ଟିନ୍ ବିବର ୨୦୧୬ ରୁ ହୈଲିଙ୍କୁ ଡେଟ୍ କରୁଥିଲେ । ୨୦୧୮ ରେ ଦୁଇଜଣ କୋର୍ଟ ମ୍ୟାରେଜ୍ କରିନେଇଥିଲେ । ଏହାପରେ ଦୁଇଜଣ ସମ୍ପୁର୍ଣ୍ଣ ନିତି ନିୟମରେ ବିବାହ କରିଥିଲେ ।

   Related Posts