ମାତ୍ର ଅଧଘଣ୍ଟାରେ କାଶ୍ମୀର ପାଲଟିଗଲା ରାଞ୍ଚୀର କାଙ୍କେ, ବିଛେଇ ହୋଇଗଲା କୁଆପଥର

Published By : Prameya-News7 Bureau | January 12, 2022 IST

କାଙ୍କେ ୧୨।୧: ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଏବେ ଦେଶର ପାଣିପାଗକୁ ବିଗାଡି ଦେଇଛି। ଅନେକ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ଶୀତ ଲହର ମଧ୍ୟ ଚାଲିଛି। ଏଥିରେ ଝାରଖଣ୍ଡ ରାଜଧାନୀ ରାଞ୍ଚୀ ନିକଟସ୍ଥ କାଙ୍କେସହର ବୁଧବାର ଅଚାନକ କାଶ୍ମୀରରେ ପରିଣତ ହୋଇଥିଲା। ମଧ୍ୟାହ୍ନ ବେଳକୁ  କୁଆପଥର ବର୍ଷା ଲୋକଙ୍କୁ ଆଚମ୍ବିତ କରିଥିଲା। ଦୀର୍ଘ ସମୟର କୁଆ ପଥର ବର୍ଷା ପରେ ସମଗ୍ର ଅଞ୍ଚଳ କାଶ୍ମୀର ଭଳି ଲାଗୁଥିଲା।

{"id":573635,"width":841,"height":631,"sizeSlug":"full","linkDestination":"none"}

କୁଆପଥରରେ ଆଛାଦିତ ଉପତ୍ୟାକା ଦେଖିବା ଲାଗି ଲୋକଙ୍କ ଭିଡ ଜମିଥିଲା। ଲୋକେ ମଧ୍ୟ କୁଆପଥରରେ ଖେଳିବାକୁ ଲାଗିଥିଲେ। ଦୀର୍ଘ ବର୍ଷ ପରେ ଏଠାରେ ପ୍ରଥମ ଥର କୁଆପଥର ବର୍ଷା ହୋଇଛି। ଏଣୁ ଲୋକେ ରୋମାଞ୍ଚିତ ହେବା ସ୍ୱଭାବିକ କଥା। ତେବେ କୁଆପଥର ବର୍ଷ ପରେ ଅଞ୍ଚଳର ତାପମାତ୍ରା ହ୍ରାସ  ହୋଇଛି। ପାଣିପାଗ ବିଭାଗଙ୍କ ଅନୁସାରେ ସ୍ଥାନୀୟ ତାପମାତ୍ରାରେ ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ପରିବର୍ତ୍ତନର କୌଣସି ଆଶଙ୍କା ନଥିବା ବେଳେ କୁଆ ପଥର ବର୍ଷା ଲାଗି ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ହୋଇଥିବା କୁହାଯାଇଛି।

{"id":573636,"sizeSlug":"full","linkDestination":"none"}

ତେବେ କେବଳ କାଙ୍କେ ନୁହେଁ ରାଜ୍ୟର ବିବିନ୍ନ ସ୍ଥାନରେ ଏବେ କୁଆ ପଥର ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଏହା ଛଡା ରାଜ୍ୟର କେତେକ ସ୍ଥାନରେ କୁହୁଡି ପଡିବାର ମଧ୍ୟ ଆଶଙ୍କା କରାଯାଉଛି। ସକାଳ ଓ ଉପରବେଳା ମଧ୍ୟମରୁ ଘନ କୁହୁଡି ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ ଲାଗି ପରାମର୍ଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.