Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

‘ହାଇଦରକୁ ତା ପୁଅ, ଭାଇ ଓ ଶଳା ଫେରାର କରାଇ ଦେଇଛନ୍ତି’: ଥାନାରେ ଏତଲା ଦେଲେ ନିଲମ୍ବିତ କନଷ୍ଟେବଲ ମହମ୍ମଦ ମୌସିମ

12/04/2021 at 5:18 PM

ଭୁବନେଶ୍ବର ୧୨/୦୪ : କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ପଛରେ ଭାଇ, ଶଳା ଓ ପୁଅର ସଂପୃକ୍ତି ରହିଛି । ଏମାନେ ସମସ୍ତେ ହାଇଦରକୁ ଫେରାର କରାଇବାରେ ସାହାଯ୍ୟ କରିଛନ୍ତି । ହାଇଦର ଫେରାର ହେବା ପଛରେ ତାର ପରିବାର ଲୋକଙ୍କ ହାତ ରହିଛି । ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ହାଇଦରର ସୁରକ୍ଷା ଦାୟିତ୍ବରେ ଥିବା ନିଲମ୍ବିତ କନଷ୍ଟେବଲ ମହମ୍ମଦ ମୌସିମ । ଏହା ସହିତ ନିଲମ୍ବିତ କନଷ୍ଟେବଲ ମହମ୍ମଦ ମୌସିମ ମଙ୍ଗଳାବାଗ ଥାନାରେ ଏତଲା ମଧ୍ୟ ଦେଇଛନ୍ତି ।

ନିଲମ୍ବିତ କନଷ୍ଟେବଲ ମହମ୍ମଦ ମୌସିମ ଏତଲା​ରେ ଦର୍ଶାଇଛନ୍ତି ଯେ, ‘ ଅସୁସ୍ଥ ଥିବାରୁ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିଲା ଗ୍ୟାଙ୍ଗଷ୍ଟର ହାଇଦର । ଙ୍ଗଷ୍ଟର ହାଇଦରକୁ ହସ୍ପିଟାଲରେ ଭେଟିବା ପାଇଁ ତାର ପରିବାର ଲୋକେ ଆସୁଥିଲେ । ହାଇଦରର ଶଳା, ଭାଇ ଏବଂ ପୁଅ ସମସ୍ତେ ହସ୍ପିଟାଲକୁ ଆସୁଥିଲେ । ଗତ ୧୦ ତାରିଖ ଦିନ ସେମାନେ ଖାଦ୍ୟରେ ନିଶା ଦେଇ ହାଇଦରକୁ ଖସାଇନେବାରେ ସଫଳ ହୋଇଥିଲେ । ହାଇଦର ଫେରାର ହେବାରେ ପରିବାର ଲୋକଙ୍କ ହାତ ରହିଛି । ତେଣୁ ପରିବାର ଲୋକଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଉଛି ।’

ଜଣେ ଅପରାଧି ପାଇଁ ସଵୁ ନୀତି, ନିୟମକୁ ପାଦରେ ଦଳି ଦେଲେ । ଜେଲ ମାନୁଆଲର ନିୟମକୁ ପାଦରେ ଦଳି ଗ୍ୟାଙ୍ଗଷ୍ଟର ହାଇଦରକୁ ଜ୍ବାଇଁ ପୁଅ ଭଳି ସେଵା ଦେଲେ ଖୋଦ୍ ଜେଲ ଵିଭାଗ କର୍ମଚାରୀ ଆଉ ପୋଲିସ । ସ୍ଥାନୀୟ ପୋଲିସ ଵି ଏସ୍ ସି ଵିରେ ହାଇଦରର ଗତିଵିଧି ଜାଣିପାରିଲାନି । ସେପଟେ ଚୋର ଗଲା ପରେ ଵୁଦ୍ଧି ପଶିବା ଭଳି ପୋଲିସ କମିଶନର କହିଛନ୍ତି ଗୁଇନ୍ଦା ସୂଚନା ଆଧାରରେ ପଦକ୍ଷେପ ନିଆଯାଉଛ।

ସେପଟେ  କୌଣସି ଦୁର୍ଦ୍ଧାନ୍ତ ଅପରାଧି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହେଲେ ଜେଲ୍ ମାନୁଆଲରେ ତାଙ୍କ ପାଇଁ ସ୍ବତନ୍ତ୍ର ନିୟମ ରହିଛି । ଜେଲ ମାନୁଆଲର ୧୦୦୧ତମ ନିୟମରେ ସ୍ପଷ୍ଟ ଲେଖାଯାଇଛି ଯେ,ଜଣେ ଦୁର୍ଦ୍ଧାନ୍ତ ଅପରାଧି କୌଣସି ମେଡିକାଲ କଲେଜରେ ଚିକିତ୍ସା ପାଇଁ ଜେଲରୁ ରେଫର ହେଇ ଆସିଲେ,ତାର ପୁରା ଵିଵରଣୀ ସ୍ଥାନୀୟ ପୋଲିସକୁ ଜେଲ କର୍ତ୍ତୃପକ୍ଷଙ୍କ ତରଫରୁ ଦିଆଯିବ । ଦ୍ବିତୀୟ ନିୟମ ହେଲା ଅପରାଧି ଚିକିତ୍ସା ସମୟରେ କୌଣସି ଵାହାର ଲୋକଙ୍କୁ ଭେଟି ପାରିବ ନାହିଁ । ଅପରାଧି ଆଦୌ ଵାହାର ଖାଦ୍ୟ ଖାଇ ପାରିବ ନାହିଁ । ଅପରାଧି କୌଣସି ପରିସ୍ଥିତିରେ ଵି ମୋଵାଇଲ ଵ୍ୟଵହାର କରିପାରିଵ ନାହିଁ । ଅପରାଧି ସମ୍ପର୍କରେ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀ ଜେଲ୍ ଆଇ ଜିଙ୍କୁ ଦୈନିକ ରିପୋର୍ଟ ପ୍ରଦାନ କରିଵେ । ମାତ୍ର ହାଇଦର କ୍ଷେତ୍ରରେ ଏ ସଵୁ ନିୟମକୁ ପୋଲିସ ଆଉ ଜେଲ କର୍ତ୍ତୃପକ୍ଷ ସ୍ବାହା କରିଦେଇଛନ୍ତି । ଏ ଵାଵଦରେ ସଵିଶେଷ ତଦନ୍ତ ପାଇଁ ପରାମର୍ଶ ଦେଇଛନ୍ତି ଜେଲ ମାନୁଆଲ ଡ୍ରାଫଟିଙ୍ଗ କମିଟି ଚେୟାରମ୍ୟାନ ତଥା ପୂର୍ବତନ ଜେଲ ଡିଆଇଜି ଵଙ୍କିମ ଚନ୍ଦ୍ର ମହାନ୍ତି।

ଏଵେ ପ୍ରଶ୍ନ ଉଠୁଛି, ଜେଲ୍ ଆଇ ଜିଙ୍କୁ ଯେଉଁ ଦୈନିକ ରିପୋର୍ଟ ଦିଆଯାଉଥିଲା, ସେଥିରେ ହାଇଦର ଗତିଵିଧି ସମ୍ପର୍କରେ କଣ ଉଲ୍ଲେଖ ରହିଛି? ସେପଟେ ହାଇଦରକୁ ଏସ୍ ସି ଵିକୁ ସ୍ଥାନାନ୍ତର କରିବା କେତେ ଜରୁରୀ ଥିଲା ଵା ହାଇଦର ସେଭଳି କୌଣସି ଗୁରୁତର ରୋଗରେ ଆକ୍ରାନ୍ତ ଥିଲା କି ,ଯେଉଥିପାଇଁ ତାକୁ ଏସ୍ ସି ଵି ସ୍ଥାନାନ୍ତର କରାଗଲା, ସେ ନେଇ ଏସ୍ ସି ଵି ମେଡିକାଲ କର୍ତ୍ତୃପକ୍ଷ କିଛି ସ୍ପଷ୍ଟ କରିନାହାଁନ୍ତି । ଅନ୍ୟପଟେ ଚୋର ଚାଲିଗଲା ପରେ କମିଶନରେଟ ପୋଲିସର ନିଦ ଭାଙ୍ଗିଛି । ପୋଲିସ କମିଶନର କହିଛନ୍ତି ଗତ କିଣି ଦିନ ଭିତରେ ଯେଉଁ ମାନେ ହାଇଦରକୁ ଏସ୍ ସି ଵିରେ ଭେଟିଛନ୍ତି, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ଵିଭିନ୍ନ ଗୁଇନ୍ଦା ସୂଚନାକୁ ଆଧାର କରି ହାଇଦରକୁ ଧରିଵାକୁ ପୋଲିସ ଯୋଜନା କରୁଛି ଵୋଲି କହିଛନ୍ତି ପୋଲିସ କମିଶନର । ସେପଟେ ହାଇଦର ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ ମାନଙ୍କୁ ଆଜି ମଧ୍ୟ କମିଶନରେଟ ପୋଲିସ ପକ୍ଷରୁ ଜେରା ଜାରି ରହିଛି।

   Related Posts